ଭଦ୍ରକ – ଭଦ୍ରକ ବାଇପାସ୍ ରୋଡ଼ ସ୍ଥିତ ସରକାର ନଗର ଖାନକାହା ଠାରେ ଗତକାଲି ବିଶିଷ୍ଟ ଧର୍ମଗୁରୁ ସୁଫି ହଜରତ୍ ସୈୟଦ ଶାହା ନସିମ ଅଖତର କଦରୀ ଓରଫ ବଡ଼ ସରକାରବାବାଙ୍କ ୫ମ ଉର୍ସରେ ‘ଫାତେହା’, ‘ଧର୍ମସଭା ଏବଂ ମୁଶାଏରା’ ଉତ୍ସବ ‘ଉର୍ସେ କାଦ୍ରୀୟା’ ପାଳିତ ହୋଇ ଯାଇଛି। ଏହି ଉତ୍ସବରେ ପ୍ରବଳ ବର୍ଷାକୁ ଭକ୍ତ ମାନେ ଖାତିର ନକରି ଲକ୍ଷାଧିକ ଶ୍ରଦ୍ଧାଳୁ େଯାଗଦାନ କରି ସଫଳ କରିଥିଲେ। ଉତ୍ସବର ପୂର୍ବ ରାତ୍ରି ପ୍ରାୟ ୧ ଘଟିକା ସମୟରେ ବାବାଙ୍କ ସମାଧି ସ୍ଥଳରେ ଜଳଲାଗି ସ୍ନାନ (ଗୋସଲଖାନୀ) କରାଯାଇ କମିଟିର ଫୁଲ ଚାଦର ଚଢ଼ା ଯାଇଥିଲା। ସକାଳେ ନମାଜ ପାଠ ସାରି କୋରନଖାନୀ, ମିଲାଦ ସରିଫ ଏବଂ ଫାତେହା କାର୍ଯ୍ୟକ୍ରମ ସରିଲା ପରେ ସମସ୍ତ ଭକ୍ତଙ୍କୁ ଶିରିଣୀ (ଫଳ ପ୍ରସାଦ) ବନ କରାଯାଇଥିଲା। ସକାଳ ୯ ଘଟିକା ଠାରୁ ଅଦ୍ର୍ଧରାତ୍ରି ପର୍ଯ୍ୟନ୍ତ ପ୍ରତ୍ୟେକ ସାହି ଓ କମିଟି ମାନେ ଚାଦର ଶୋଭାଯାତ୍ରାରେ ଆସି ସମାଧିରେ ଚାଦର ଚଢ଼ାଇଥିଲେ। ଖାନକାହ ସହିତ ପ୍ରତ୍ୟେକ ସାହି ଓ କମିଟି ମାନେ ବାବାଙ୍କ ଉଦ୍ଧେଶ୍ୟରେ ଗେଟ, ରଙ୍ଗ ବେରଙ୍ଗର ଆଲୋକ ତୋରଣ, ପାଣି ଫାଓ୍ବାରା ଡେକୋରେଟ କରିଥିଲେ। ଜୁବୁଲି ଷ୍ଟାର କ୍ଲବ, ଜି.ଏମ୍. କମିଟି ଓ ଛଡ଼ାକ ମହଲା କମିଟି ତରଫରୁ ବାବାଙ୍କ ଉଦ୍ଧେଶ୍ୟରେ ମଜେଜା ଶିଳ୍ପୀ ତିଆରି କରି ଆକର୍ଷଣ କରାଇଥିଲେ। ଚାଦର ଶୋଭାଯାତ୍ରା ଭକ୍ତମାନଙ୍କୁ ସ୍ଥାନୀୟ ଛକଠାରେ ସରବତ୍, ମିଠା ଏବଂ ଖଚିଡ଼ି ବନ କରାଯାଇଥିଲା। ଭକ୍ତମାନଙ୍କ ପାଇଁ ଖାନକାହା ବାହାରେ ଫ୍ରି ଟି ଷ୍ଟଲ ଖୋଲା ଯାଇଥିଲା ଏବଂ ବଜମେ ହବିବ ଓ କାଦରୀ ବିରାଦରାନ ତରଫରୁ ଭକ୍ତମାନଙ୍କ ପାଇଁ ଲଙ୍ଗରର ବ୍ୟବସ୍ଥା କରାଯାଇଥିଲା। ଏହି ଉତ୍ସବରେ ଶହଶହ ଦୋକାନର ମେଳା ପସରା ଜମିଥିଲା। ବାବାଙ୍କ ଉତ୍ସବରେ ପ୍ରତ୍ୟେକ ଧର୍ମର ଅନୁଗାମୀ ଭକ୍ତମାନେ ରାଜ୍ୟ ଓ ରାଜ୍ୟ ବାହାରୁ ଆସି େଯାଗଦାନ କରିଥିଲେ। ଏହି ଉର୍ସରେ ସମସ୍ତ ରାଜନୈତିକ ଦଳର ନେତାମାନେ େଯାଗଦାନ କରିଥିଲେ। କାଦ୍ରୀ ବିରାଦରାନ ତରଫରୁ ସନ୍ଧ୍ୟା ୭ ଘଟିକା ଠାରୁ ଅଦ୍ର୍ଧରାତ୍ରି ପର୍ଯ୍ୟନ୍ତ ଜାତୀୟ ସ୍ତରର ‘ଧର୍ମସଭା ଓ ମୁଶାଏରା’ ‘ଉର୍ଷେ କାଦ୍ରୀୟା’ ଅନୁଷ୍ଠିତ ହୋଇଥିଲା। ଏହି ମୁଶାଏରା ଶୁଭାରମ୍ଭରେ ଭଦ୍ରକ ମୁସ୍ଲିମ ଜମାତର ସଭାପତି ହାଜୀ ମହମ୍ମଦ ଅବଦୁଲ ବାରୀ ମହମବତୀ ଜାଳି ଉଦ୍ଘାଟନ କରିଥିଲେ ଓ ମୁସ୍ତାକ ଗୌହର ସଂଚାଳକ ଭାବେ ଧର୍ମସଭା କାର୍ଯ୍ୟ ନିଭାଇଥିଲେ। ଏହି ଧର୍ମସଭାରେ ଆନ୍ତର୍ଜାତିକ ମୌଲାନା(ପଣ୍ଡିତ) ବିହାର ପାଟଣାରୁ ସୈୟଦ ସମିମୁଦ୍ଧିନ ଅହେମ୍ମଦ ମନମଇ, ହାଇଦ୍ରାବାଦ୍ର ମହମ୍ମଦ ଅହେମଦ ନକ୍ସବନ୍ଦି, ଓଡ଼ିଶାରୁ ମୁଫତି ଗୋଲାମ ହଇଦର, ଜମିଲ ଖଇରାବାଦୀ, ଅଜିମ ସାକରୀ, ଚନ୍ଦନ ସାନୟାଲ (ୟୁ.ପି.), ଅଫଜଲ ଓଫା ନୁରୀ (ଝାଡ଼ଖଣ୍ଡ), ଇରସାଦ ଆରଜୁ, ଅସରଫ ରଜା, ଅବବାସ ରଜା ନୁରୀ (କଲିକତା) ଏବଂ ଭାରତର କୋଣ ଅନୁକୋଣରୁ ୫୦ରୁ ଉଦ୍ଧ୍ର୍ବ ମୌଲାନା (ପଣ୍ଡିତ) ଓ ସାଏର(କବି) ମାନେ େଯାଗଦାନ କରି ବଡ଼ ସରକାର ବାବାଙ୍କ ନୀତିବାଣୀ ଉପରେ ଆଲୋକପାତ କରିଥିଲେ। କାଦ୍ରୀ ବିରାଦରାନର ସଭାପତି, ସµାଦକ ଓ ଦର୍ମସଭାର ସମସ୍ତ ସଭ୍ୟବୃନ୍ଦ ଧର୍ମସଭା ଓ ମୁଶାଏରା ପରିଚାଳନା କରିଥିଲେ। ବାବାଙ୍କ ସଦ୍ଭାବନାର ପ୍ରତୀକକୁ ବଜାୟ ରଖô ଶାନ୍ତି ଶୃଙ୍ଖଳା ସହିତ ଉତ୍ସବକୁ ସଫଳ କରିଥିଲେ ଏବଂ ଜିଲ୍ଳା ପ୍ରଶାସନର ସମସ୍ତ ଅଧିକାରୀ ସମସ୍ତ ଭକ୍ତଙ୍କୁ ସହେଯାଗ କରିଥିଲେ।
Related Stories
October 25, 2024