ବ୍ରହ୍ମପୁର : କରୋନା ମୁକାବିଲା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ସ୍ଥାନରେ ସ୍ଥିତି ସମୀକ୍ଷା କରିବା ଉଦ୍ଦେଶ୍ୟରେ ବୁଧବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗସ୍ତ କରି ଭଞ୍ଜନଗର ବ୍ଳକର ବିଭିନ୍ନ ପଞ୍ଚାୟତ ମଧ୍ୟରେ ଡ଼ିହପଢ଼ାଳ, ତୁରୁମୁ, ବାରୁଡ଼ା ଗସ୍ତ କରି ଟିଏମ୍ସି, ହୋମ୍ କ୍ୱାରେଣ୍ଟାଇନ, ମେଗା ହେଲଥ୍ ସ୍କ୍ରିନିଂ, ଏମ୍ଜିଏନ୍ଆରଜିଏସ୍ କାର୍ଯ୍ୟ ସହ ସାମାଜିକ ଦୂରତ୍ୱର ସ୍ଥିତି ସମୀକ୍ଷା କରିଥିଲେ । ପରେ ଜଗନ୍ନାଥପ୍ରସାଦ ବ୍ଳକର ନୂଆ ଗୋଚ୍ଛାବାଡ଼ି, ବିଡ଼ିପୁର, ଅଲାଡ଼ିଠାରେ ଥିବା ଥର୍ମାଲ ସ୍କ୍ରିନିଂ, ହୋମ କ୍ୱାରେଣ୍ଟାଇନ, ଟିଏମ୍ସି ଆଦି ବୁଲି ଦେଖିଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବିଡ଼ିଓ, ସିଡ଼ିପିଓ, ଏ.ଇ. ସୁପର ଭାଇଜରଙ୍କ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।
Related Stories
November 23, 2024