ବ୍ରହ୍ମପୁର : କୋଭିଡ଼-୧୯ ଅବସରରେ ମଧୁମାୟା ପାଣିଗ୍ରାହୀ ଫାଉଣ୍ଡେସନ ପକ୍ଷରୁ ପ୍ରତିଷ୍ଠାତା ମଧୁସୂଦନ ପାଣିଗ୍ରାହୀଙ୍କ ୯୭ତମ ଜୟନ୍ତୀ ଅବସରରେ ଖବରକାଗଜ ବିତରକ ସଂଘର ସଦସ୍ୟମାନଙ୍କୁ ସାନିଟାଇଜିଂ ସାମଗ୍ରୀ ସହ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଭାବାନଗରଠାରେ ସାମାଜିକ ଦୂରତ୍ୱ ଓ କୋଭିଡ଼-୧୯ ସମ୍ପର୍କିତ ନିୟମ ମାନି ଫାଉଣ୍ଡେସନର କର୍ମକର୍ତ୍ତାମାନେ ଏହି ଉପହାର ପ୍ରଦାନ କରିଥିଲେ । ମଧୁସୂଦନ ପାଣିଗ୍ରାହୀଙ୍କ ଜ୍ୟେଷ୍ଠପୁତ୍ର ଡ଼ାକ୍ତର ମିହିରିକାନ୍ତ ପାଣିଗ୍ରାହୀଙ୍କ ସମେତ ଫାଉଣ୍ଡେସନର ମୁଖ୍ୟ ସଂଯୋଜକ ପ୍ରଫୁଲ ଜଗନ୍ନାଥ ପାଢ଼ୀ, ବରିଷ୍ଠ ସଦସ୍ୟ ତ୍ରିପତି ବାଲାଜୀ ପାତ୍ର, ଭଗବାନ ମହାରଣା, କୃପାସିନ୍ଧୁ ସାହୁ ପ୍ରମୁଖ ସଦସ୍ୟ ଯୋଗଦେଇ ଖବରକାଗଜ ବିତରକମାନଙ୍କୁ ଉପହାର ପ୍ରଦାନ କରିଥିଲେ । ବିତରକ ସଂଘ ପକ୍ଷରୁ ସଭାପତି ବି.ଆନନ୍ଦ ରାଓ, ସମ୍ପାଦକ ଉପେନ୍ଦ୍ର ବିଶ୍ୱାଳ, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଦୋରା, ସଦସ୍ୟ ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ସମେତ ସମସ୍ତ ବିତରକ ସଦସ୍ୟ ଯୋଗଦେଇଥିଲେ ।
Related Stories
November 23, 2024