ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ଅଧିନସ୍ଥ ୪୦ଟି ୱାର୍ଡରେ ଦ୍ୱିତୀୟ ପର୍ଯ୍ୟାୟ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି । ଏଥିରେ ୨୦ଟି ଟିମ୍ ସାମିଲ୍ ହୋଇ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା(ସ୍କ୍ରିନିଂ) କରୁଛନ୍ତି । ବିଏମ୍ସି କମିଶନର ଚକ୍ରବର୍ତ୍ତି ସିଂ ରାଥୋଡଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହା ଚାଲୁ ରହିଛି । ଗତ ୧ତାରିଖ ଠାରୁ ୯ତାରିଖ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ ପ୍ରଥମ ଦିନରେ ୫୬୪ଘରୁ ୨୨୭୦, ଦ୍ୱିତୀୟ ଦିନରେ ୯୨୫ଘରୁ ୩୯୨୩, ତୃତୀୟ ଦିନରେ ୨୩୩୬ଘରୁ ୮୯୪୧, ଚତୁର୍ଥ ଦିନରେ ୩୮୭୦ଘରୁ ୧୫୭୯୨, ପଞ୍ଚମ ଦିନରେ ୩୯୯୩ଘରୁ ୧୮୪୪୭, ଷଷ୍ଠ ଦିନରେ ୨୫୧୧ଘରୁ ୧୧୨୫୨ ଓ ସପ୍ତମ ଦିନରେ ୧୮୮୩ଘରୁ ୮୩୦୧ଜଣ, ଅଷ୍ଟମ ଦିନରେ ୮୦୫୩ଘରୁ ୩୮୭୦୪ଜଣ ଓ ନବମ ଦିନରେ ୯୮୪୦ଘରୁ ୪୫୨୫୫ଜଣଙ୍କ ସ୍କ୍ରନିଂ କରାଯାଇଛି । ଦେହରେ ତାପମାତ୍ରା ଠିକ୍ ରହିଛି ନା ନାହିଁ ତାହା ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ କୌଣସି ସନ୍ଦିଗ୍ଧ ବା କରୋନା ଭୁତାଣୁ ସଂକ୍ରମଣର ଆଶଙ୍କା ନଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ୩୩ହଜାର ୯୭୫ଟି ଘରୁ ୧ଲକ୍ଷ ୫୨ହଜାର ୮୮୫ଜଣ ସ୍କ୍ରିନିଂ ସରିଥିବା ବିଏମ୍ସି କମିଶନର ଶ୍ରୀ ରାଥୋଡ ସୂଚନା ଦେଇଛନ୍ତି । ଏହି ସ୍କ୍ରିନିଂରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଆଶା ଆଦି ସାମିଲ୍ ହୋଇଥିବା ସୂଚନା ମିଳିଛି ।
Related Stories
November 23, 2024