ବ୍ରହ୍ମପୁର: ଏମ୍କେସିଜି ମେଡିକାଲ କାଜୁଆଲଟି ପରିସରରେ ବୁଧବାର ଏକ ଅଘଟଣ ଘଟିଯାଇଛି । ମେଡିକାଲରୁ ଜଣେ କରୋନା ପଜିଟିଭ ରୋଗୀଙ୍କୁ ନେଇ କୋଭିଡ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ଯାଉଥିବା କୋଭିଡ-୧୯ ଆମ୍ବୁଲାନ୍ସ ନମ୍ବର ଓଆର୍.୦୭.ଭି-୧୬୨୩ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଜଣକ ହେଲେ ଖୋର୍ଦ୍ଧା ଜିଲ୍ଳା ବାଲୁଗାଁ ଥାନା ଅନ୍ତର୍ଗତ ନାଚୁଣିର ମଦନମୋହନ ମହାପାତ୍ରଙ୍କ ସ୍ତ୍ରୀ ମଞ୍ଜୁ ମହାପାତ୍ର(୪୫) ବୋଲି ଟ୍ରାଫିକ୍ ପୋଲଇସ ସୂଚନା ଦେଇଛି । ମହିଳାଜଣକ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କ ସ୍ୱାମୀ ଏବଂ ପୁତୁରାଙ୍କ ସହ ଏମ୍କେସିଜି ମେଡିକାଲ୍ ଆସିଥିଲେ । ସେ ମେଡିକାଲ କାଜୁଆଲଟି ଭିତରକୁ ଯାଉଥିବା ବେଳେ ଏମ୍କେସିଜିରୁ ଜଣେ କରୋନା ରୋଗୀଙ୍କୁ ନେଇ ସିତଳାପଲ୍ଲୀ କୋଭିଡ ହସ୍ପିଟାଲକୁ ଆମ୍ବୁଲାନ୍ସଟି ଯିବା ସମୟରେ ପଛରୁ ମହିଳାଙ୍କୁ ଧକ୍କା ଦେଇଥିଲା । ଏପରିକି ମହିଳାଙ୍କ ପେଟ ଉପରେ ଆମ୍ବୁଲାନ୍ସଟି ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପକ୍ଷରେ ଆମ୍ବୁଲାନ୍ସଟି କରୋନା ରୋଗୀଙ୍କୁ ଧରି ସିତଳାପଲ୍ଲୀ ଚାଲିଯାଇଥିବା ବେଳେ ପୋଲିସ ଏନେଇ ୨୧/୨୦ରେ ଏକ ମାମଲା ରୁଜୁ କରି ଡ୍ରାଇଭର ବିନୋଦଙ୍କୁ ଅଟଖ ରଖି ତଦନ୍ତ ଜାରି ରଖିଛି ।
Related Stories
November 23, 2024