କନ୍ଧମାଳ – ମଙ୍ଗଳବାର ଫୁଲବାଣୀ ପଂଚାୟତ ସମିତି ନବମ ସାଧାରଣ ବୈଠକ ଅନୁ Â ିତ ହୋଇଯାଇଛି. ଅଧ୍ୟକ୍ଷା ମଂଜୁଦେବୀ କହଁରଙ୍କ ସଭାପତିତ୍ୱରେ ଅନୁ Â ିତ ସାଧାରଣ ବୈଠକରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗଦେଇ ସରକାରୀ ଯୋଜନାର ସଫଳ ରୂପାୟନ ଉପରେ କହିଥିଲେ. ଗ୍ରାମାଂଚଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି. ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ପାନୀୟଜଳର ସୁବିଧା ପାଇଁ ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦେଉଛନ୍ତି. ଏହି ସବୁ ଯୋଜନା ତୃଣମୂଳସ୍ତରରେ ପଂହଚିବା ଏବଂ ଏଥିରୁ ସାଧାରଣ ଲୋକେ ଉପକୃତ ହେବା ପାଇଁ ପଂଚାୟତ ଜନପ୍ରତିନିଧିଙ୍କ ଗୁରୁଦାୟୀତ୍ୱ ରହିଛି ବୋଲି ସେ କହିଥିଲେ. ଏ ଦିଗରେ ସରପଂଚ, ସମିତିସଭ୍ୟ ଓ ୱାର୍ଡମେମ୍ବର ମାନେ ବିଶେଷ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ.
ଫୁଲବାଣୀ ବ୍ଲକରେ କେତେକ ଗାଁରେ ସୋ ÷ ଭାଗ୍ୟ ଯୋଜନାରେ ବିଦୁ୍ୟତ ସଂଯୋଗ କାର୍ଯ୍ୟ ଚାଲିଛି. ଅନେକ ମାସ ହେଲା ଚାଲିଥିଲେ ବି କାମ ଶେଷ ହେଉନି. ଯାହାଫଳରେ ଅନେକ ଗାଁ ବିଜୁଳି ଆଲୁଅ ଦେଖିବାରୁ ବଂଚିତ ହେଉଛନ୍ତି. ଏନେଇ କିଛି ସଭ୍ୟ ଓ ସଭ୍ୟା କହିବା ପରେ ବିଦୁ୍ୟତ ସଂଯୋଗ କାର୍ଯ୍ୟ ତୁରନ୍ତ ସାରିବାକୁ ବିଧାୟକ ଶ୍ରୀ କହଁର ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ. ବିଧାୟକ ପ୍ରତିନିଧି ନିଳାମ୍ବର କହଁର ଓ ଜିଲ୍ଲା ପରିଷଦ ସଭ୍ୟ ମକରଧ୍ୱଜ ମଲିକ ବିକାଶ ମୁଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଆଲୋକପ୍ଧଚ୍ଛ କରିଥିଲେ. ଏହି ଅବସରରେ ୯୭ ଜଣ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ନୂତନ ହିତାଧିକାରୀଙ୍କୁ ବିଧାୟକ ଭତା ପ୍ରଦାନ କରିଥିଲେ. ବିଡିଓ ସୁବ୍ରତ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ. ପଂଚାୟତ ସଂପ୍ରସାରଣ ଅଧିକାରୀ ସନ୍ତୋଷ କୁମାର ଦିଗାଲ ଓ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ପ୍ରଣବ କୁମାର ପରିଡା ସହଯୋଗ କରିଥିଲେ. ଏହି ସାଧାରଣ ବୈଠକରେ ବ୍ଲକର ସବୁ ପଂଚାୟତର ସରପଂଚ, ସମିତିସଭ୍ୟ / ସଭ୍ୟା ଏବଂ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ.