ଶୋପିଆ– ଜମ୍ମୁ କଶ୍ମୀରର ଶୋପିଆ ଜିଲ୍ଲାରେ ସୁରକ୍ଷା ବାହିନୀ ପକ୍ଷରୁ କରାଯାଇଥିବା ଏନକାଉଂଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଜି ଭୋର ସକାଳ ୫ଟାରୁ ସୁରକ୍ଷାବାହିନୀର ଯବାନମାନେ ଏହି ଏନକାଉଣ୍ଟ କରିଥିଲେ । ଶୋପିଆର ସୁଗୁ-ହେଧାମା ଅଂଚଳରେ ଏନକାଉଣ୍ଟର ଜାରି ରହିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସୁରକ୍ଷାବାହିନୀର ଟିମ ଆତଙ୍କବାଦୀମାନଙ୍କୁ ସଫଳତାର ସହିତ ମୁକାବିଲା କରୁଛନ୍ତି । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସୁରକ୍ଷା ବାହିନୀର ଯବାନମାନେ ଆତଙ୍କବାଦୀ ଥିବା ଅଂଚଳକୁ ଘେରା ବନ୍ଦି କରିଛନ୍ତି । ସୁରକ୍ଷାବାହିନୀ ଯେଉଁଭଳି ଭାବେ ଘେରାବନ୍ଦି କରିଛନ୍ତି, ଏଥିରୁ ଅନ୍ୟ ଆତଙ୍କବାଦୀମାନେ ବର୍ତ୍ତିବା ସହଜ ନୁହେଁ ।
ସୂଚନାଯୋଗ୍ୟ, ଶୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ସୋମବାର ମଧ୍ୟ ବଡ଼ ସଫଳତା ମିଳିଥିଲା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଜମ୍ମୁ କଶ୍ମୀର ପୋଲିସ ଓ ସୁରକ୍ଷା ବାହିନୀର ଯବାନମାନେ ଜିଲ୍ଲାର ପିଞ୍ଜୋରା ଅଂଚଳରେ ପହଞ୍ଚିଥିଲେ । ସୁରକ୍ଷାବାହିନୀର ଯମାନମାନଙ୍କୁ ଦେଖିବା ପରେ ଆତଙ୍କବାଦୀମାନେ ଲୁଚିବାକୁ ଉଦ୍ୟମ କରିଥିଲେ ।
ଭାରତୀୟ ସୁରକ୍ଷା ବାହିନୀକୁ ଗତ ବୁଧବାର ମଧ୍ୟ ବଡ଼ ସଫଳତା ମିଳିଥିଲା । ସୁରକ୍ଷା ବାହିନୀର ଯବାନମାନେ କଶ୍ମୀରର କୁଖ୍ୟାତ ଆତଙ୍କବାଦୀ ରିୟାଜ ନାଇକୁକୁ ପୁଲୱାମା ଜିଲ୍ଲାରଏକ ଉପତ୍ୟାକାରେ ନିହତ କରିଥିଲେ । ରିୟାଜ ହିଜବୁଲ ମୁଜାଇଦ୍ଦିନର କମାଣ୍ଡର ଥିଲା ।