
ମୁମ୍ବାଇ- ବେଳେ ମୁମ୍ବାଇରେ ବୃହନମୁମ୍ବାଇ ମହାନଗର ପାଲିକା (ବିଏମସି) ଏଠାକାର ଏକ କୋଭିଡ-୧୯ ହସ୍ପିଟାଲରୁ ୬ ଜଣ କରୋନା ସଂକ୍ରମିତ ରୋଗୀଙ୍କର ମୃତଦେହ ନିଖୋଜ ନେଇ ବୟାନ ଦେଇଛି । ବିଏମସି କହିଛି, ୫ ଜଣଙ୍କର ମୃତଦେହ ସଂପର୍କରେ ସେମାନଙ୍କର ପରିବାରଲୋକଙ୍କୁ ସୂଚିତ କରାଯାଇଛି ଅଥବା ପୋଲିସର ସହାୟତାରେ ପ୍ରଟୋକଲ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ବିଏମସି କହିବା ଅନୁସାରେ ରାଜୱାଡି ହସ୍ପିଟାଲରୁ ‘ନିଖୋଜ’ ଏକ ମୃତଦେହ ଘଟଣାର ତଦନ୍ତ ଚାଲିଛି । ମୁମ୍ବାଇର ମେୟାର କିଶୋରୀ ପେଡନେକର ପାଲିକାର ପକ୍ଷରୁ ପରିଚାଳିତ ଶତାବ୍ଦୀ ଓ ରାଜୱାଡି ହସ୍ପିଟାରୁ ୨ ଜଣ କରୋନା ଭାଇରସ ରୋଗୀଙ୍କ ନିଖୋଜ ହେବା ଘଟଣାର ତଦନ୍ତ ଜାରି ରହିଛି ।
ବାହାର ଅଂଚଳର କାନ୍ଦିୱାଲିର ଶତାବ୍ଦୀ ହସ୍ପିଟାଲରୁ ନିକଟରେ ୮୦ ବର୍ଷିଅ ରୋଗୀ ନିଖୋଜ ଥିଲେ । ସୋମବାର ରାତି ତାଙ୍କର ମୃତଦେହ ହସ୍ପିଟାଲ ନିକଟ ବୋରିୱଲି ରେଳ ଷ୍ଟେସନରୁ ମିଳିଥିଲା । ସେହିଭଳି ଘାଟକୋପରର ରାଜାୱାଡି ହସ୍ପିଟାଲରୁ ମଧ୍ୟ କୋଭିଡ-୧୯ର ଜଣେ ରୋଗୀ ନିଖୋଜ ଅଛନ୍ତି ।
ଜଣେ ଅଧିକାରୀଙ୍କ ବୟାନ ଅନୁସାରେ ମେୟର ବିଏମସି ପ୍ରଶାସନକୁ ଉଭୟ ହସ୍ପିଟାଲରୁ ନିଖୋଜ ରୋଗୀଙ୍କ ମାମଲାରେ ତଦନ୍ତ ଆଦେଶ ଦେଇଛନ୍ତି । ଅନ୍ୟ ବିଜ୍ଞପ୍ତିରେ ବିଏମସି ଏଯାଏଁ କେଇଏମ, ସିୟୋନ, ଟ୍ରାମା ସେଣ୍ଟର, ନାୟର, ଶତାବ୍ଦୀ ଓ ରାଜାୱାଡି ହସ୍ପିଟାଲରୁ କୋଭିଡ-୧୯ ରୋଗୀଙ୍କ ୬ଟି ମୃତଦେହ ନିଖୋଜ ହେବାକୁ ଖଣ୍ଡନ କରିଛନ୍ତି ।