ନୂଆଦିଲ୍ଲୀ– କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ବିକଶିତ ଦେଶଗୁଡ଼ିକ ବହୁ ଉଦ୍ୟମ କରୁଥିଲେ ବି ଏହା ନିୟନ୍ତ୍ରଣକୁ ଆସିପାରି ନାହିଁ । ମାରାତ୍ମକ କରୋନା ଭାଇରସ ସଂକ୍ରମଣରେ ସମଗ୍ର ବିଶ୍ୱରେ ୪ ଲକ୍ଷ ୧୩ ହଜାର ୩ ଜଣଙ୍କର ମୃତ୍ୟୁ ହୋଇସାରିଛି । ବିଶ୍ୱରେ ବୁଧବାର ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୭୩ ଲକ୍ଷ ୧୨ ହଜାର ୧୯୮ ଜଣ ସଂକ୍ରମିତ ହୋଇଛନ୍ତି । ଏଥିରୁ ସୁସ୍ଥ ହୋଇଛନ୍ତି ୩୫ ଲକ୍ଷ ୯୮ ହଜାର ୪୬୩ ଜଣ । କିନ୍ତୁ ଏବେବି ୩୩ ଲକ୍ଷ ୭୩୨ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୫୪ ହଜାର ୫୫ ଜଣ ଗୁରୁତର ଅଛନ୍ତି ।
କରୋନା ଭାଇରସ ଯୁକ୍ତରାଷ୍ଟ୍ର ଆମେରିକାରେ ଅଧିକ ବ୍ୟାପିବାରେ ଲାଗିଛି । ଏଠାରେ ୨୦ ଲକ୍ଷ ୪୫ ହଜାର ୫୪୯ ଜଣ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୧୪ ହଜାର ୧୪୮ଜଣଙ୍କର ପ୍ରାଣହାନୀ ଘଟିଛି । ଅନ୍ୟପକ୍ଷରେ ୭ ଲକ୍ଷ ୮୮ ହଜାର ୬୨ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଲକ୍ଷ ୪୩ ହଜାର ୩୩୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କରୋନା ଭାଇରସ ଲାଗି ଯୁକ୍ତରାଷ୍ଟ୍ର ଆମେରିକାରେ ୧୬ ହଜାର ୯୮୫ ଜଣ ଗୁରୁତର ଅଛନ୍ତି । ବ୍ରାଜିଲ, ଋଷିଆ, ସ୍ପେନ ଓ ବ୍ରିଟେନ ଭଳି ବିକଶିତ ଦେଶଗୁଡ଼ିକ କରୋନା ମୁକାବିଲା କରିବାରେ ସଫଳ ହୋଇପାରି ନାହାନ୍ତି ।