ଭୁବନେଶ୍ୱର– ଜଗତସିଂହପୁରର ୩୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ଜଣ ଗୁଜରାତ ଫେରନ୍ତା ରହିଛନ୍ତି । ସେହିପରି ୭ ଜଣ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ୫ ଜଣ ପଶ୍ଚିମ ବଙ୍ଗ ଫେରନ୍ତା ଅଛନ୍ତି । ୨ ଜଣ ତାମିଲନାଡୁରୁ ଫେରିଥିବା ବେଳେ ଜଣେ ଦିଲ୍ଲାରୁ ଫେରିଥିଲେ ବୋଲି ଜଗତସିଂହପୁର ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଆକ୍ରାନ୍ତଙ୍କ ମଧ୍ୟରେ ନୂଆଗାଁ ବ୍ଲକର ସବୁଠାରୁ ଅଧିକ ୧୮ ଜଣ ଥିବା ବେଳେ ଜଗତସିଂହପୁର ବ୍ଲକର ୮ ଜଣ, କୁଜଙ୍ଗ ବ୍ଲକର ୩ ଜଣ, ରଘୁନାଥପୁର ଓ ତିର୍ତୋଲ ବ୍ଲକର ୨-୨ ଜଣ ରହିଛନ୍ତି । ଏମାନଙ୍କୁ ପାରାଦୀପ ସ୍ଥିତ କୋବିଡ ହସପିଟାଲରେ ଭର୍ତି କରା ଯାଇଥିବା ସେ ପ୍ରକାଶ କରିଛନ୍ତି ।