ଭୁବନେଶ୍ୱର – ଡ୍ରାଇଭିଂ ଲାଇସେନ୍ସ, ଫିଟନେସ ପ୍ରମାଣ ପତ୍ର ସମ୍ପର୍କରେ ଅବଧି ବଢାଇବା ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ପରାମର୍ଶ ପରେ ରାଜ୍ୟରେ ଏହାର ଅବଧି ବଢା ଯିବ ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ କେନ୍ଦ୍ରର ପରାମର୍ଶ ପରେ ଅବଧି ନିଶ୍ଚୟ ବଢିବ । ଆଜି ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରି ବିଜ୍ଞପ୍ତି ପ୍ରକାଶ କରାଯିବ ।
ଏ ବାବଦରେ କାହାକୁ ବିଚଳିତ ହେବାର ଆବଶ୍ୟକତା ନାହିଁ ବୋଲି ଶ୍ରୀ ବେହେରା କହିଛନ୍ତି ।
ଉଲ୍ଲେଖନୀୟ ଯେ ମଙ୍ଗଳବାର ଦିନ କେନ୍ଦ୍ର ମନ୍ତ୍ରୀ ଗଡକରୀ ସେପ୍େଟମ୍ବର ୩୦ ଯାଏଁ ଡିଏଲ, ଫିଟନେସ, ପଞ୍ଜିକରଣ ଅବଧି ବଢାଇବାକୁ ପରାମର୍ଶ ଦେଇଥିଲୋ