ବହୁ ଫାଇନାନ୍ସ କମ୍ପାନୀ ସକ୍ରିୟ ଅଛନ୍ତି।ନିଜର ଅସୁବିଧା କୁ ସୁଧାରିବା ପାଇଁ ମହିଳାମାନେ ବିଭିନ୍ନ ସଂଘ ଗଠନ କରି ଫାଇନାନ୍ସ କମ୍ପାନୀ ଠାରୁ ଋଣ ନେଇ ବୀମା ଓ ସୁଧ ସହ ମୂଳଧନ କୁ କିସ୍ତି ଆକାରରେ ପରିଶୋଧ କରୁଥିବା ବେଳେ ଗତ ମାର୍ଚ୍ଚ ମାସରେ ସୃଷ୍ଟି ହୋଇଥିବା ଲକ ଡାଉନ ପରିସ୍ଥିତିରେ ଋଣର କିସ୍ତି ବାନ୍ଧିବା ସମସ୍ତଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇପଡିଛି। ଘରର ମୁଖ୍ୟ ତଥା ରୋଜଗାର କରୁଥିବା ବ୍ୟକ୍ତି କାମଧନ୍ଦା ବନ୍ଦ କାରଣରୁ ଘରେ ବସିରହିବା ଫଳରେ ଚଳିବା କଷ୍ଟକର ହୋଇପଡିଥିବା ବେଳେ ଋଣ ଶୁଝିବା ସମ୍ଭବ ନୁହେଁ।ଏଭଳି ସ୍ଥିତିରେ ଫାଇନାନ୍ସ କମ୍ପାନୀ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ମାସ ଋଣ ଆଦାୟ କରିବାକୁ ମନାକରି ଥିବା ବେଳେକମ୍ପାନୀ କିନ୍ତୁ ଶୁଣିବାକୁ ନାରାଜ।କମ୍ପାନୀ ର କର୍ମଚାରୀମାନେ ଘର ଘର ବୁଲି ଋଣ ଆଦାୟ କୁନେଇ ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି ବେଲଗୁଣ୍ଠା ବ୍ଲକ ବଙ୍କା ପଞ୍ଚାୟତ ର ମହିଳା ମାନେ।୫ଟି ଗ୍ରାମର ପ୍ରାୟ ୪୦ରୁ ଉର୍ଦ୍ଧ୍ବ ମହିଳା ଆଜି ଭଞ୍ଜନଗର ଆସି ଉପଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।ଏଭଳି ସମୟରେ କମ୍ପାନୀ ତରଫରୁ ଆଉ କିଛି ଦିନ ରିହାତି ଦେବାପାଇଁ ସେମାନେ ଜଣାଇଛନ୍ତି।ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କଙ୍କ ଅନୁପସ୍ଥିତିରେ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଉକ୍ତ ଦାବିପତ୍ର ଗ୍ରହଣ କରିଥିବା ଜଣାପଡିଛି। ଭଞ୍ଜନଗର ରୁ ଜୟକୃଷ୍ଣ ପଟ୍ଟନାୟକଙ୍କ ରିପୋର୍ଟ

Related Stories
November 23, 2024