
ବ୍ରହ୍ମପୁର : ପୋଲିସ ପ୍ରତିଷ୍ଠା ଦିବସରେ ପୋଲିସ ଜିଲ୍ଳାରେ କାର୍ଯ୍ୟ କରୁଥିବା ବିଭିନ୍ନବର୍ଗର କର୍ମଚାରୀଙ୍କୁ ସେମାନଙ୍କର କାର୍ଯ୍ୟଦକ୍ଷତା ଓ ଥାନାରେ ଉତ୍ତମ ବ୍ୟବହାର ଓ କାର୍ଯ୍ୟ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ପୁରସ୍କୃତ କରାଯାଇଥାଏ । ଚଳିତ ବର୍ଷ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଚାଲିଥିବା ବେଳେ ଚଳିତ ବର୍ଷ ପ୍ରତିଷ୍ଠା ଦିବସ ପାଳନ ହୋଇପାରିନଥିଲା । ତେବେ ପ୍ରତିଷ୍ଠା ଦିବସରେ ପୁରସ୍କୃତ ହେବାପାଇଁ ମନୋନୀତ ହୋଇଥିବା ପୋଲିସ କର୍ମଚାରୀଙ୍କୁ ମଙ୍ଗଳବାର ଏସ୍ପି ପିନାକ ମିଶ୍ର ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସେମାନଙ୍କୁ ଶ୍ରେଷ୍ଠ ପୋଲିସ କର୍ମଚାରୀଭାବେ ପୁରସ୍କୃତ କରିଛନ୍ତି । ସେମାନେ ହେଲେ ମହିଳା ଥାନାରେ କାର୍ଯ୍ୟରତ ସବ୍ଇନ୍ସିପେକ୍ଟର ସବିତା କୁମାରୀ ପାଣିଗ୍ରାହୀ, ଟ୍ରାଫିକ୍ ଥାନାର ହାବିଲଦାର ଦେବେନ୍ଦ୍ର ପ୍ରଧାନ, ଟ୍ରାଫିକ୍ ଥାନାର କନେଷ୍ଟବଳ ପାଣ୍ଡବ ବାଡତ୍ୟା, ଓଆର୍ କନେଷ୍ଟବଳ ସନ୍ତୋଷ କୁମାର ନାଏକ, ରିଜର୍ଭ ଅଫିସ୍ରେ କାର୍ଯ୍ୟରତ କନେଷ୍ଟବଳ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ରିଜର୍ଭ ଇନ୍ସିପେକ୍ଟର ଦିଲ୍ଳୀପ ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।