ବ୍ରାସିଲିଆ– ବ୍ରାଜିଲରେ କରୋନା କାରଣରୁ ଦେଶରେ ଆଜି ସକାଳ ୮ଟା ପର୍ଯ୍ୟନ୍ତ ୭ ଲକ୍ଷ ୧୦ ହଜାର ୮୮୭ ଲୋକ ସଂକ୍ରମିତ ହୋଇସାରିଛନ୍ତି । ସେହିଭଳି ବ୍ରାଜିଲରେ ମୃତ୍ୟୁ ସଂଖ୍ୟା ୩୭ ହଜାର ୩୧୨ରେ ପହଞ୍ଚିଛି । ଦେଶରେ ୩ ଲକ୍ଷ ୨୫ ହଜାର ୬୦୨ ଜଣ ସୁସ୍ଥ ହୋଇଥିବା ବେଳେ ୩ ଲକ୍ଷ ୪୭ ହଜାର ୯୭୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଆହୁରି ୮ ହଜାର ୩୧୮ ଜଣ ଗୁରୁତର ଅଛନ୍ତି ।
ଗତକାଲି ସକାଳ ୮ଟାରେ ବ୍ରାଜିରେ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୯୧ ହଜାର ୬୬୨ ଥିଲା । ୩୬ ହଜାର ୪୯୯ ମୃତ ସଂଖ୍ୟା ପହଂଚିଥିଲା । ମାସକ ପୂର୍ବରୁ ଅର୍ଥାତ ମେ’ ମାସ ୯ ତାରିଖ ପର୍ଯ୍ୟନ୍ତ ବ୍ରାଜିଲରେ ୧ ଲକ୍ଷ ୪୫ ହଜାର ୮୯୨ ଜଣ ଲୋକ ସଂକ୍ରମିତ ହୋଇଥିଲେ । ସେହିପରି ୯ ହଜାର ୯୯୨ ଜଣଙ୍କର ମୃତ୍ୟୁ ହୋଇଥିଲା ।
କରୋନା ଭାଇରସ ଭୂତାଣୁ ଯୋଗୁଁ ବିଶ୍ୱରେ ମୃତକଙ୍କ ସଂଖ୍ୟା ୪ ଲକ୍ଷ ୮ ହଜାର ୨୪୦ରେ ପହଞ୍ଚିଛି । ମଙ୍ଗଳବାର ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୭୧ ଲକ୍ଷ ୮୯ ହଜାର ୮୬୮ ଜଣ ସଂକ୍ରମିତ ହୋଇଛନ୍ତି । ଏଥିରୁ ୩୫ ଲକ୍ଷ ୩୧ ହଜାର ୪୭୯ ଜଣ ସୁସ୍ଥ ହୋଇଥିବା ବେଳେ ୩୨ ଲକ୍ଷ ୫୦ ହଜାର ୧୪୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏବେ ବି ୫୩ ହଜାର ୭୯୮ ଜଣ ଗୁରୁତର ଅଛନ୍ତି ।