ନୂଆଦିଲ୍ଲୀ– କାଶ ଓ ଜ୍ୱରର ସମ୍ମୁଖୀନ ହେବା ପରେ କେଜ୍ରିୱାଲଙ୍କୁ ଆଇସୋଲେଶନରେ ଭର୍ତ୍ତି କରାଯାଇଛି । ଆଜି ତାଙ୍କର ସ୍ୱାବ ନମୁନା ପରୀକ୍ଷା ହେବ । ଅରବିନ୍ଦ କେଜ୍ରିୱାଲ ରବିବାର ରାତିଠାରୁ ଅସୁସ୍ଥ ଅଛନ୍ତି । ତାଙ୍କୁ କାଶ ଓ ଜ୍ୱର ହୋଇଥିବା ଅଭିଯୋଗ ହୋଇଛି । । ଆଜି ସ୍ୱାବ ନମୁନା ପରୀକ୍ଷା ପରେ ଜଣା ପଡ଼ିବ ଯେ, କେଜ୍ରିୱାଲ କରୋନା ପଜିଟିଭ ଅଛନ୍ତି କି ନାହିଁ ।
ତେବେ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ନେତାମାନଙ୍କର ଚିନ୍ତା ବଢ଼ିଯାଇଛି । ଦିଲ୍ଲୀରେ ବିଜେପି ସଭାପତି ଆଦେଶ ଗୁପ୍ତା ଓ ପୁରୁଣା ବନ୍ଧୁ କୁମାର ବିଶ୍ୱାସ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ଶୀଘ୍ର ଆରୋଗ୍ୟ ହେଉ ବୋଲି କାମନା କରିଛନ୍ତି । ଅରବିନ୍ଦ କେଜ୍ରିୱାଲ ନିଜର ସମସ୍ତ ବୈଠକ ବାତିଲ କରିଦେଇଛନ୍ତି । ସେ ଏବେ ଆଇସୋଲେଶନରେ ଅଛନ୍ତି ।