ଜମ୍ମୁ-ପାକିସ୍ତାନ ମଙ୍ଗଳବାର ସକାଳ ୬ଟା ୩୦ରେ ଭାରତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖା ନିକଟରେ ଉପସ୍ଥିତ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ଗୁଳିଚାଳନା କରିଛି ଏବଂ ମୋର୍ଟାରୁ ଗୁଳି ଚଳାଇଛି । ମାତ୍ର ଭାରତୀୟ ସେନା ଏହାର ଦୃଢ଼ ଜବାବ ଦେଇଛି ।
ସୂଚନା ଅନୁସାରେ ପାକିସ୍ତାନ ପୁଂଛ ଜିଲ୍ଲାର ମେନକୋଟ ସେକ୍ଟରରେ ଆଜି ସକାଳୁ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଏହା ପୂର୍ବରୁ ପାକିସ୍ତାନ ଗତ ୫ ତାରିଖରେ କିରନୀ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ଗଣମାଧ୍ୟମର ରିପୋର୍ଟ ଅନୁସାରେ ପାକିସ୍ତାନ ତରଫରୁ ଗୁଳି ବର୍ଷା ଓ ମୋର୍ଟାରରୁ ଗୁଳିଚାଳନା ହୋଇଛି । ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ଗତ ୪ ତାରିଖରେ ମଧ୍ୟ ନିୟନ୍ତ୍ରଣ ରେଖାରେ ରାଜୌରୀ ଜିଲ୍ଲାର ସୁନ୍ଦରବଣୀ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା ।
ରାଜୌରୀ ଜିଲ୍ଲାର ସୁନ୍ଦରବନୀ ସେକ୍ଟରରେ ପାକିସ୍ତାନ ଗୁଳିବର୍ଷା କରିଥିଲା । ଭାରତୀୟ ସେନାର ଯବାନମାନେ ଏହାର କଡ଼ା ଜବାବ ଦେଇଥିଲେ । ଏହି ସମୟରେ ଜଣେ ଯବାନ ସହିଦ ହୋଇଥିଲେ । ଅନ୍ତର୍ଜାତୀୟ ସୀମା ନିକଟରେ ସେନା ତରଫରୁ ଆବାସିକ ଅଂଚଳରେ ଗୁଳି ବର୍ଷା କରାଯିବା ଫଳରେ କାଠୁଆ-ସାମ୍ବାର ଆବାସିକ ଅଂଚଳରେ ବିଭୀଷିକା ଦେଖାଯାଇଥିଲା । କିଛି ଘର ମଧ୍ୟ କ୍ଷତି ହୋଇଥିଲା ।