ଭୁବନେଶ୍ୱର– ପଶ୍ଚିମବଙ୍ଗରୁ ଅମ୍ଫାନ ପୁନନିର୍ମାଣ କାମ ପରେ ଫେରିଥିବା ୧୨ ଜଣ ଅଗ୍ନିଶମ ବାହିନୀର ଜବାନ କରୋନା ଆକ୍ରାନ୍ତ ହୋଇଛନ୍ତି । ଅଗ୍ନିଶମ ବିଭାଗର ଡିଜି ସତ୍ୟଜିତ ମହାନ୍ତି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଏହି ଜବାନ ମାନଙ୍କୁ ସର୍ବଶ୍ରେଷ୍ଠ ମେଡିକାଲ ସେବା ପ୍ରଦାନ କରା ଯାଉଥିବା କହିବା ସହ ସେ ଏମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।