ଭୁବନେଶ୍ୱର– ସନାତନ ରଥଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ବିଶିଷ୍ଟ ନ୍ୟୁରୋ ସର୍ଜନ ପ୍ରଫେସର ସନାତନ ରଥଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଶ୍ରୀଯୁକ୍ତ ରଥ ରାଜ୍ୟରେ ନ୍ୟୁରୋ ସର୍ଜରୀ କ୍ଷେତ୍ରରେ ରୋଗୀକୁ ସେବା ଓ ଆରୋଗ୍ୟ କରିବାରେ ବଡ଼ ଭୂମିକା ନେଇଥିଲେ । ସାଧାରଣ ଓ ଗରିବ ରୋଗୀଙ୍କ ପାଇଁ ତାଙ୍କର ବିଶେଷ ସମ୍ବେଦନା ଥିଲା
ସେ କହିଛନ୍ତି ଯେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ମୋର ସମବେଦନା ଜଣାଉଛି । ଏହି ଦୁଃଖଦ ଘଡ଼ିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ବର୍ଗକୁ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ ।