
-
ମିର୍ଜାପୁର ୟୁଥ୍ କ୍ଲବ୍ ଆୟୋଜିତ ରକ୍ତଦାନ ଶିବିରକୁ କଲେ ଉଦଘାଟନ
ବାଲେଶ୍ଵର, ୦୯/୦୬ :(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ଚାନ୍ଦିପୁର ପଞ୍ଚାୟତ ଅନ୍ତର୍ଗତ ମିର୍ଜାପୁର ଗ୍ରାମରେ ଥିବା ୟୁଥ୍ କ୍ଲବ୍ ଓ ବଳରାମଗଡ଼ି ଟ୍ରଲର ଆସୋସିଏସନର ମିଳିତ ଆନୁକୁଲ୍ୟରେ ଇଦ୍ ଉପଲକ୍ଷେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।
ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଚାନ୍ଦିପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ତପନ କୁମାର ଜେନା ଯୋଗ ଦେଇ ଶିବିର ଉଦଘାଟନ କରିଥିଲେ । କରୋନା ମହାମାରୀ ସମୟରେ ସମଗ୍ର ରାଜ୍ୟର ରକ୍ତ ଭଣ୍ଡାର ଗୁଡିକରେ ଯେପରି ରକ୍ତର ଅଭାବ ନରୁହେ ସେଥିପ୍ରତି ଧ୍ୟାନ ଦେବାକୁ ରାଜ୍ୟର ଯୁବ ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ମିର୍ଜାପୁର ୟୁଥ କ୍ଲବର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ଗ୍ରହଣ କରି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସି ଆଜି ଏହି ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ୩ଟି ଗ୍ରୁପରେ ରକ୍ତଦାତାଙ୍କ ଠାରୁ ମୋଟ ୬୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।
ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଶ୍ରୀ ଜେନା ଉତ୍ସାହୀ ରକ୍ତଦାତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସାଧୁବାଦ ଜଣାଇଥିଲେ। ନିଜ ବକ୍ତବ୍ୟରେ ଶ୍ରୀ ଜେନା ମିର୍ଜାପୁର ୟୁଥ୍ କ୍ଲବର ସଦସ୍ୟ ମାନେ ନିଜସ୍ୱ ଉଦ୍ୟମରେ ଯେଉଁ ରକ୍ତଦାନ ଶିବିର, ବୃକ୍ଷ ରୋପଣ ସହିତ ଚାନ୍ଦିପୁର ପଞ୍ଚାୟତରେ ବହୁ ସାମାଜିକ କାର୍ଯ୍ୟକ୍ରମ କରୁଛନ୍ତି, ତାହାର ଭୂୟସୀ ପ୍ରଶଂସା କରିବା ସହ କ୍ଲବର ସମସ୍ତ ସଦସ୍ୟଙ୍କୁ ଆଗାମୀ ଦିନରେ ଏହିଭଳି ଜନକଲ୍ୟାଣ କାର୍ଯ୍ୟକ୍ରମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।
‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଆଶିଷ ଘୋଷ, ସଲିମ୍ ରାଜା, ଛାତ୍ର ସଭାପତି ସିମନ୍ ଦାସ ମହାପାତ୍ର, ଛାତ୍ରନେତା ଭବାନୀ ପଣ୍ଡା, ପ୍ରତିଷ୍ଠିତ ବ୍ୟବସାୟୀ ସୌମ୍ୟ ରଞ୍ଜନ ବେହେରା ଯାଦବ, ମିର୍ଜାପୁର ୟୁଥ କ୍ଲବର ସଭାପତି ଶେଖ ମିସବା, ସେକ୍ରେଟାରୀ ଶେଖ୍ ଦିଲାୱର୍, ହବିବ୍ ଅଲ୍ଲୀ ଖାଁ, ହାସେନ୍ ଅଲ୍ଲୀ ଖାଁ, ଇନ୍ ସାର୍, ଆରିଫ୍, ନାଜିର୍, ମୋଇନୁଦ୍ଦିନ, ଜବେଶ୍, ଅକ୍ତାର, ଅଯୁପ୍, ସୋଲେମନ୍, ରିହାନ୍, ଅଜମତ୍, ଆସିକ୍, ନୁରୁଲ୍ଲା, ଉଷ୍ମାନ୍, ରୀଆଜ, ଇଉନୁସ୍, ଇର୍ସାଦ୍, ରମଜାନ, କଲିମୁଦ୍ଦିନ୍ନ, ସନ୍ନ୍ୟାସୀ, ପିଙ୍କୁ, କାଦେର, ଯୁମେଦ୍, ଅସାଦ୍, ଜମସେଦ୍, ଚୁନୁ, ରୋସେନ୍, ସୁଲତାନ ପ୍ରମୁଖ ଉପସ୍ଥିତ ଥିଲେ ।
ପରେ ପରେ ମିର୍ଜାପୁର ବାତ୍ୟା ଆଶ୍ରୟ ସ୍ଥଳୀରେ କୋଭିଡ଼ – ୧୯ ପାଇଁ ହୋଇଥିବା ଅସ୍ଥାୟୀ ଚିକିତ୍ସା ଶିବିରରେ ଥିବା ଅନ୍ତେବାସୀ ମାନଙ୍କୁ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଭେଟି ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଉଥିବା ସୁବିଧା ସୁଯୋଗ ବିଷୟରେ ପଚାରି ବୁଝିଥିଲେ । ପୂର୍ବତନ ସାଂସଦ ଶ୍ରୀ ଜେନାଙ୍କ ସହିତ ଚାନ୍ଦିପୁର ସରପଞ୍ଚ ତପନ ଜେନା ଏବଂ ସମିତି ସଭ୍ୟ ସଞ୍ଜୟ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ ।