
ବ୍ରହ୍ମପୁର: ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ତପ୍ତପାଣି ଘଂଜ ଜଙ୍ଗଲରେ ଗତ ମାସ ୨୩ତାରିଖ ଦିନ ଅପହରଣ ପରେ ହତ୍ୟାକାଣ୍ଡ ହୋଇଥିବା ମାମଲାର ଆଜି ପର୍ଦାଫାର୍ଷ କରିଛି ପୋଲିସ। ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗତ ମାସରେ ତପ୍ତପାଣି ନିକଟସ୍ତ ଶ୍ରୀରାମନଗର ଗ୍ରାମରୁ ୨ଜଣ ଯୁବକୁଙ୍କୁ ଅପହରଣ କରାଯିବା ପରେ ହତ୍ୟା ଉଦ୍ୟମ ହୋଇଥିଲା। ୨ଜଣଙ୍କ ମଧ୍ୟରୁ ଜଣେ ଖସି ଆସିଥିବା ବେଳେ ଅନ୍ୟ ଜଣେ( ବୁଭୁ ପ୍ରସାଦ ଦାସ)ଙ୍କ କୌଣସି ସନ୍ଧାନ ମିଳିନଥିଲା। ଗତ ୨୭ ତାରିଖ ଦିନ ହାତ ଗୋଡ଼ ବନ୍ଧା ଶବକୁ ଗୋଛାଗୁଡା ଜଙ୍ଗଲ ସୁଳିଆ ପର୍ବତ ଉପରୁ ଉଦ୍ଧାର କରିଥିଲା। ଅପହରଣ ଓ ହତ୍ୟାକାଣ୍ଡର ରହସ୍ୟ ଖୋଲିବ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲା। ଏହି ଘଟଣାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗତକାଲି ପୋଲିସ ଗିରଫ କରୀ କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ୨ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲାର ଟୁକୁନା ଶବର ଓ ଅନ୍ୟ ଜଣକ ଗଜପତି ଜିଲ୍ଲାର କମଳଲୋଚନ ଗମାଙ୍ଗଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ତାରିଣୀ ମଣ୍ଡଳ ସମତେ ଅନ୍ୟ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି। କଳାବେପାର ଓ ଗଞ୍ଜେଇ ବ୍ୟବସାୟକୁ ନେଇ ଏହି ଘଟଣା ଘଟିଥିବା ଅନୁସନ୍ଧାନରୁ ଜଣାପଡିଲେ ମଧ୍ୟ ଅନ୍ୟ ଅଭିଯୁକ୍ତ ଧରପଡିଲେ ଘଟଣାର ଅଧିକ ପର୍ଦାଫାର୍ଶ ହେବେ ବୋଲି ପୋଲୁସ ସୂଚନା ଦେଇଛି।
ରିପୋର୍ଟ: ପ୍ରଫୁଲ୍ଲ ସାବତ