ବ୍ରହ୍ମପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିତର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୋମବାର ଜନ ସମ୍ଭାଦ ରାଲି(ଭାର୍ଚୁଆଲ ରାଲି) ମାଧ୍ୟମରେ ଓଡ଼ିଶାର ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୋଦି ସରକାରଙ୍କ ଉପଲବ୍ଧିକୁ ସାଧାରଣ ଜନତାଙ୍କ ନିକଟରେ ବର୍ଷୱାରି ହିସାବ ରଖିଥିଲେ । କରୋନାରୁ ସୁରକ୍ଷିତ ରଖିବା ସହ ପ୍ରବାସୀଙ୍କୁ ସୁରକ୍ଷିତ ନିଜ ରାଜ୍ୟକୁ ପହଞ୍ଚାଇବା ଓ ୩ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ପହଞ୍ଚାଇବା, ଅମ୍ଫାନ ବାତ୍ୟାରେ ଓଡ଼ିଶାକୁ ତୁରନ୍ତ ୫୦୦କୋଟିର ପ୍ୟାକେଜ ଘୋଷଣା, ଗଞ୍ଜାମରେ ମତ୍ସ୍ୟ ଚାଷଠୁ ଆରମ୍ଭକରି କିଆଫୁଲ ଚାଷ ଭଳି ଓଡ଼ିଶାର ଚାଷୀମାନଙ୍କ ପାଇଁ ଅନ୍ୟୁନ ୧୦ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା, ସାଗରମାଳା ପ୍ରୋଜେକ୍ଟରେ ଦୀର୍ଘ ୪୫୧କି.ମି ଧରି ଗୋପାଳପୁର ଠାରୁ ଦୀଘା ପର୍ଯ୍ୟନ୍ତ ସମୁଦ୍ର ତଟୀୟ ରାଜପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଘୋଷଣା କରିଛନ୍ତି । ବ୍ରହ୍ମପୁର ଠାରେ ଆଇଜର ସ୍ଥାପନ, ଇଚ୍ଛାପୁର ଠାରୁ ଜଳେଶ୍ୱର ପର୍ଯ୍ୟନ୍ତ ୬ଲେନ୍ ବିଶିଷ୍ଟ ଜାତୀୟ ରାଜପଥ ନିର୍ମାଣ ଏହିଭଳି ଗତ ୭୦ବର୍ଷଧରୀ କଂଗ୍ରେସ ଶାସନ ଅମଳରେ ଓଡ଼ିଶାକୁ ୭୯ହଜାର ୪୮୬କୋଟି ମିଳିଥିବା ବେଳେ ବର୍ତ୍ତମାନ କେବଳ ୬ବର୍ଷ ମଧ୍ୟରେ ମୋଦି ସରକାର ଓଡ଼ିଶାକୁ ୫ଲକ୍ଷ ୫୨ହଜର ୧୦୯କୋଟି ଟଙ୍କାର ଅନୁଦାନ ଦେଇ ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଗାନ୍ଧୀନଗରସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ କାର୍ଯ୍ୟକର୍ତ୍ତାମାନେ ସାମାଜୀକ ଦୂରତାକୁ ବଜାୟ ରଖି ସ୍ୱରାଷ୍ଟ ମନ୍ତ୍ରୀଙ୍କ ଭାର୍ଚୁଆଲ ରାଲିର ସିଧା ପ୍ରସାରଣ ଦେଖିଥିଲେ । ଏହି ଅବସରରେ ବରିଷ୍ଠ ବିଜେପି ନେତା କାହ୍ନୁଚରଣ ପତି, ପ୍ରଭାତ କିରଣ ଷଢ଼ଙ୍ଗୀ, ସୁନୀଲ କୁମାର ସାହୁ, ମଦନ ମୋହନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।