ଭୁବନେଶ୍ୱର – ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସ୍ୱର୍ଗତ ଅରୁଣ ଜେଟଲୀ ବୌଦ୍ଧିକତାର ପ୍ରତୀକ ଥିଲେ । ଭାରତର ଆତ୍ମାକୁ ସେ ଚିହ୍ନିଥିଲେ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପ୍ରକାଶ କରିଛନ୍ତି । ତାଙ୍କ ସହ ଥିବା ସମ୍ପର୍କକୁ ମନେ ପକାଇବା ସହ ସେ ଜଣେ ମହାନ ଦେଶଭକ୍ତ ବୋଲି ରାଜ୍ୟପାଳ ବର୍ଣ୍ଣନା କରିଥିଲେ । ଦଳ ବା ସରକାର ଯେତେବେଳେ ଯେଉଁ ସମସ୍ୟା ଦେଖା ଦେଇଥିଲା ସେ ତାର ସମାଧାନ କରିପାରୁଥିଲେ । ସେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ବୋଲି ସେ କହିଥିଲେ ।
ଗୁରୁବାର ଦିନ ସ୍ଥାନୀୟ ଏକ ତାରକା ହୋଟେଲ ଠାରେ ସ୍ୱର୍ଗତ ଅରୁଣ ଜେଟଲୀଙ୍କ ସ୍ମୃତିରେ ରାଜ୍ୟ ବିଜେପି ପକ୍ଷରୁ ଏକ ସାର୍ବଜନୀନ ଓ ସର୍ବଦଳୀୟ ସ୍ମୃତି ସଭା ଆୟୋଜିତ ହୋଇଥିଲା ।
ଏଥିରେ ଯୋଗଦେଇ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଯେ ସ୍ୱର୍ଗତ ଜେଟଲୀ ବିଜେପିର ହୋଇଥିଲେ ହେଁ ସେ ଜଣେ ରାଷ୍ଟ୍ରବାଦୀ ନେତା ଥିଲେ । ଓଡିଶାର ବିକାଶ ନେଇ ମୁଖ୍ୟମନ୍ତ୍ରୀ ଜେଟଲୀଙ୍କ ବହୁବାର ଆଲୋଚନା କରିଥିଲେ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେଟଲୀଙ୍କ ଉଦ୍ଦେଶ୍ୟରେ ପଠାଇଥିବା ବାର୍ତାକୁ ବିଧାୟକ ଦେବୀ ମିଶ୍ର ପାଠ କରିଥିଲେ । ବିଜେଡି ପକ୍ଷରୁ ଅରୁଣ ପଟ୍ଟନାୟକ , ସୌମ୍ୟ ରଂଜନ ପଟ୍ଟନାୟକ ଓ ଅମର ପ୍ରସାଦ ଶତପଥୀ , କଂଗ୍ରେସ ବିଧାୟକ ସୁୁର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ , ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବିଜେପିର ବହୁ ବିଧାୟକ , ନେତା ଓ କର୍ମୀ ଉପସ୍ଥିତ ଥିଲେ ।
Ở trong tủ sữa của tôi luôn luôn với Sữa New Milky Extra. http://nybookmark.com/story5816812/s%E1%BB%AFa-to-new-milky
Thanks.