ନୂଆଦିଲ୍ଲୀ-କରୋନା ଭାଇରସ ପାଇଁ ଆରମ୍ଭ ହୋଇଥିବା ଅନ୍ଲକ-୧ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଏହି ଆଧାରରେ ଆଜି ଧର୍ମାନୁଷ୍ଠାନ ଓ ସପିଂ ମଲ ଖୋଲୁଛି । ଆଜି ଜମ୍ମୁ କଶ୍ମୀର ଓ ଗୋଆ ସମେତ କିଛି ରାଜ୍ୟକୁ ବାଦ ଦେଲେ ଦେଶବ୍ୟାପୀ ଧର୍ମାନୁଷ୍ଠାନଗୁଡ଼ିକର କବାଟ ଖୋଲିଛି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ଦେଶର କିଛି ସ୍ଥାନରେ ମନ୍ଦିରରେ ଭୋର ସକାଳୁ ସାମାଜିକ ଦୂରତାକୁ ରକ୍ଷା କରି ପୂଜାପାଠ ହୋଇଛି । ସେହିଭଳି ମସଜିଦରେ ମଧ୍ୟ ନମାଜ ପାଠ ହୋଇଛି ।
ଜାତୀୟ ରାଜଧାନୀ ଦିଲ୍ଲୀରେ ଆଜି ଦେବାଳୟ ଓ ଅନ୍ୟ ଧର୍ମାନୁଷ୍ଠାନ ଗୁଡ଼ିକ ଖୋଲାଯାଇଛି । ଉତ୍ତର ପ୍ରଦେଶରେ ମଧ୍ୟ ମନ୍ଦିରଗୁଡ଼ିକର ଦ୍ୱାର ଖୋଲିଛି । ସେହିପରି ଏଠାରେ ମୁସଲିମ ସଂପ୍ରଦାୟର ଭାଇମାନେ ମସଜିଦରେ ନମାଜ ପାଠ କରିଛନ୍ତି । ଦିଲ୍ଲୀରେ ଆଜି ସପିଂ ମଲ, ରେଷ୍ଟୁରାଣ୍ଟ, ହୋଟେଲ, ଧର୍ମାନୁଷ୍ଠାନଗୁଡ଼ିକ କୋଭିଡ-୧୯ ଗାଇଡଲାଇନ ଅନୁସାରେ ଖୋଲୁଛି ।