ନୂଆଦିଲ୍ଲୀ– ଜମ୍ମୁ କଶ୍ମୀରର ସୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଜି ଭୋର ସକାଳ ଠାରୁ ସୁରକ୍ଷାବାହିନୀର ଯବାନମାନେ ଆତଙ୍କବାଦୀମାନଙ୍କ ବିରୋଧରେ ଏନକାଉଣ୍ଟର ଆରମ୍ଭ କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଜମ୍ମୁ କଶ୍ମୀର ପୋଲିସ ଓ ସୁରକ୍ଷା ବାହିନୀର ଯବାନମାନେ ଜିଲ୍ଲାର ପିଞ୍ଜୋରା ଅଂଚଳରେ ପହଞ୍ଚିଥିଲେ । ସୁରକ୍ଷାବାହିନୀର ଯମାନମାନଙ୍କୁ ଦେଖିବା ପରେ ଆତଙ୍କବାଦୀମାନେ ଲୁଚିବାକୁ ଉଦ୍ୟମ କରିଥିଲେ । ରିପୋର୍ଟ ଲେଖାଯିବା ବେଳକୁ ସୁରକ୍ଷାବାହିନୀର ଯବାନମାନେ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ନିଜର ଅଭିଯାନ ଚଳାଇଛନ୍ତି । ଏଥି ସହିତ ସ୍ଥାନୀୟ ଅଚଂଳରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି । ଲୋକମାନଙ୍କୁ ଘରୁ ନବାହରିବା ପାଇଁ ପରାମର୍ଶ ଦିଆଯାଇଛି ।