ନୂଆଦିଲ୍ଲୀ– ଭାରତୀୟ କ୍ରିକେଟ ଟିମର ପୂର୍ବତନ ସ୍ପିନର ପ୍ରଜ୍ଞାନ ଓଝା ରୋହିତ ଶର୍ମାଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଅଷ୍ଟ୍ରେଲିଆର ପୂର୍ବତନ ୱିକେଟକିପର ଆଦାମ ଗିଲଖ୍ରୀଷ୍ଟ ଇଣ୍ଡିଆନ ପ୍ରିମିୟର ଲିଗର ଟିମ ଡେକାନ ଚାଜର୍ସର ଅଧିନାୟକ ଭାବେ ୨୦୦୯ରେ ହିଁ ରୋହିତ ଶର୍ମାଙ୍କ ନେତୃତ୍ୱ କ୍ଷମତା ଜାଣିପାରିଥିଲେ । ଡେକାନ ଚାଜର୍ସର ଟିମ ଆଇପିଏଲର ପ୍ରଥମ ସଂସ୍କରଣରେ ଶେଷ ସ୍ଥାନ ରହିବା ପରେ ୨୦୦୯ରେ ଗିଲଖ୍ରୀଷ୍ଟଙ୍କ ନେତୃତ୍ୱରେ ଚାମ୍ପିଅନ ହୋଇଥିଲା ।
ପ୍ରଜ୍ଞାନ ଓଝା ଇନଷ୍ଟାଗ୍ରାମରେ କହିଛନ୍ତି, ଗିଲଖ୍ରୀଷ୍ଟ ବହୁ ସମୟ ପୂର୍ବରୁ ରୋହିତ ଶର୍ମାଙ୍କ ନେତୃତ୍ୱକୁ ଜାଣିପାରିଥିଲେ । ସେ ଯେତେବେଳେ ୨୦୦୯ରେ ଟିମର ଅଧିନାୟକ ହୋଇଥିଲେ, ରୋହିତଙ୍କୁ ଉପଅଧିନାୟକ କରିଥିଲେ ଏବଂ ଧୀରେ ଧୀରେ ସେ ବଢ଼ିବାରେ ଲାଗିଲେ । ରୋହତଙ୍କ ଠାରେ ଏହି ଭଳି ଭାବେ ନେତୃତ୍ୱର ଗୁଣ ବିକଶିତ ହେବାରେ ଲାଗିଲା । ରୋହିତ ଆଇପିଏଲର ଜଣେ ଭଲ ସଫଳ ଅଧିନାୟକ । ସେ ଡେକାନ ଚାଜର୍ସ ପରେ ୨୦୧୧ରୁ ମୁମ୍ବାଇ ଇଣ୍ଡିଆନ ସହିତ ଜଡିତ ଅଛନ୍ତି ଏବଂ ସେ ୨୦୧୩ରୁ ଟିମର ଅଧିନାୟକ ହୋଇଛନ୍ତି । ତାଙ୍କର ଅଧିନାୟକତ୍ୱରେ ମୁମ୍ବାଇ ଟିମ ୪ ଥର ଆଇପିଏଲ ଚାମ୍ପିଅନ ହୋଇଛି ।