
ଭୁବନେଶ୍ୱର– ରାଜ୍ୟରେ ଆଉ ୧୩୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା ୧୩୮ ଜଣଙ୍କ ମଧ୍ୟରୁ ୧୨୫ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୧୩ ଜଣ ସ୍ଥାନୀୟ ଲୋକ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୧୮ ଟି ଜିଲ୍ଲାରୁ ହୋଇଥିବା ଜଣା ପଡିଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗଂଜାମ ଜିଲ୍ଲାରୁ ସବୁଠାରୁ ଅଧିକ ୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁର ଜିଲ୍ଲାରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଧା ଜିଲ୍ଲାରୁ ୧୩ ଜଣ ଓ ରାୟଗଡା ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ମୟୁରଭଂଜ ଜିଲ୍ଲାରୁ ୬, ନୟାଗଡ ଜିଲ୍ଲାରୁ ୩ ଜଣ ତଥା ଢେଙ୍କାନାଳ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୧୫, କଳାହାଣ୍ଡି ଜିଲ୍ଲାରୁ ୨ ଓ କେନ୍ଦୁଝର ଜିଲ୍ଲାରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କନ୍ଧମାଳ ଜିଲ୍ଲାରୁ ୧୦ ଜଣ, ଭଦ୍ରକ ଜିଲ୍ଲାରୁ ୧୧ ଜଣ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁରୂପ ଭାବେ ବଲାଙ୍ଗୀର ଜିଲ୍ଲାରୁ ଜଣେ ଓ ସୁନ୍ଦରଗଡ ଜିଲ୍ଲାରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆପଡା ଜିଲ୍ଲାରୁ ୩ ଜଣ, ପୁରୀ ଜିଲ୍ଲାରୁ ୭ ଜଣ ଓ କେନ୍ଦ୍ରାପଡା ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।