ଗଂଜାମ – ଓଡ଼ିଶାର ବିଭିନ୍ନ ବ୍ଲକରେ ଥିବା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ମୂଖ୍ୟ ତଥା ସିଡ଼ିପିଓଙ୍କ ପଦବୀ ଅଭାବରେ ଶିଶୁ ଓ ମହିଳା କଲ୍ୟାଣ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ ଗତ ତା ୨୩.୯.୧୯ ପତ୍ରାଙ୍କ ୧୩୮୭ ପତ୍ର ଅନୁସାରେ ପ୍ରାୟ ୩୫ ଜଣ ଆଇ.ସି.ଡି.ଏସ ପରିଦର୍ଶିକାଙ୍କୁ ମାସିକ ୪୫,୯୦୦ ଟଙ୍କା ପାରିଶ୍ରମିକରେ ସିଡିପିଓ ପଦୋନ୍ନତି କରି ମହିଳା ଶିଶୁ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ଓଡ଼ିଶାର ବିଭିନ୍ନ ବ୍ଲକରେ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଜିଲ୍ଲାରେ ମଧ୍ୟ ସି.ଡି.ପି.ଓ ପଦବୀ ଖାଲି ପଡ଼ିଥିଲା । କିନ୍ତୁ ବର୍ତମାନ ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗଂଜାମ ଜିଲ୍ଲାରେ ନିଯୁକ୍ତି କରାଯାଇଛି । ଶେରଗଡ଼ ବ୍ଲକରେ ଜୟନ୍ତୀ ପାଟପିଙ୍ଗା, ଜଗନ୍ନାଥ ପ୍ରସାଦ ବ୍ଲକରେ ମଣିମାଳା ନାୟକ, ଗଂଜାମ ବ୍ଲକରେ, ସଲିଳା ପ୍ରଧାନ ଓ କବିସୂର୍ଯ୍ୟ ନଗର ବ୍ଲକରେ ବୀଣାପାଣି ମିଶ୍ରଙ୍କୁ ସିଡିପିଓ ରୂପେ ନିଯୁକ୍ତି ଦିଆଯାଇଛି । ତେବେ ପଦୋନ୍ନତି ପାଇଥିବା ସିଡିପିଓଙ୍କ କାର୍ଯ୍ୟଦକ୍ଷତା ସମ୍ପର୍କରେ ଜନସାଧାରଣ ପରଖିବା ଅପେକ୍ଷାରତ ରହିଥିବା ସୂଚନା ମିଳୁଛି ।
Related Stories
November 24, 2024
November 24, 2024