
ଭୁବନେଶ୍ୱର। କଟକରେ ଗତ ୨୪ ଘଂଟା ମଧ୍ୟରେ ୭୫ ଜଣଙ୍କ ଠାରୁ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ଜୋରିମାନା ଆଦାୟ କରା ଯାଇଛି । କଟକ ଡିସିପିଙ୍କ ଦ୍ୱାରା ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।
ମାସ୍କ କିଣାରେ ହୋଇ ନାହିଁ ଦୁର୍ନୀତି -ପରିବହନ ମନ୍ତ୍ରୀ
ଭୁବନେଶ୍ୱର-ମାସ୍କ କିଣାରେ ଦୁର୍ନୀତି ହୋଇନାହିଁ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସାମ୍ବାଦିକ ମାନଙ୍କ ଏକ ପ୍ରଶ୍ନର ଉତରରେ ସେ ଏହା କହିଛନ୍ତି ।
ସେ କହିଛନ୍ତି ଯେ ଦୁର୍ନୀତି କରିବାରେ କାହାର ବି ସାହାସ ନାହିଁ । ମୁଖ୍ୟମନ୍ତ୍ରୀ କାହାକୁ ଛାଡ଼ିବେ ନାହିଁ । ସରକାର କରୋନାକୁ ଦୃଢ ଭାବେ ମୁକାବିଲା କରୁଛନ୍ତି, ଯିଏ ଅବହେଳା କରିବ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।