
କେନ୍ଦୁଝର– କେନ୍ଦୁଝର ଜିଲ୍ଲାର ପାଟଣା ବନ ବିଭାଗ ଅଧୀନସ୍ଥ ବୈତରଣୀ ପୋଲ ନିକଟରେ ସୋମବାର ଭୋରରୁ ଏକ ଶାଳ ଚୌକାଠ ବୋଝେଇ ବୋଲେରୋ ଗାଡ଼ି ଜବତ ହୋଇଛି । ବନ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆ ଯାଇଛି ।
ଜବତ ହୋଇଥିବା ଗାଡ଼ିରୁ ୩୪ ଖଣ୍ଡ ଶାଳ ଚୌକାଠ ମିଳିଛି । ଜବତ ହୋଇଥିବା ଚୌକାଠର ଆନୁମାନିକ ମୂଲ୍ୟ ପାଖାପାଖି ୩୦ ହଜାର ଟଙ୍କା ହେବ ବୋଲି ବନ ବିଭାଗର ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି ।