ବ୍ରହ୍ମପୁର: ପୂର୍ବରୁ ଅଙ୍ଗନୱାଡ଼ି କର୍ମୀଙ୍କ ଦ୍ୱାରା ଗର୍ଭବତୀ, ପ୍ରସୂତି ଓ ପ୍ରି-ସ୍କୁଲ ବିଦ୍ୟାଳୟ ପିଲାମାନଙ୍କୁ ଅଣ୍ଡା ବଣ୍ଟନ କରାଯାଉଥିଲା । କିନ୍ତୁ ଅଙ୍ଗନୱାଡ଼ି କର୍ମୀମାନେ ବିଭିନ୍ନ ଆଳ ଦେଖାଇ ଠିକ୍ ସମୟରେ ଠିକ୍ ପରିମାଣର ଅଣ୍ଡା ହିତାଧିକାରୀମାନଙ୍କୁ ବଣ୍ଟନ କରୁନଥିଲେ । ଏନେଇ ବହୁ ଅଭିଯୋଗ ଜିଲ୍ଳାପାଳଙ୍କ ନିକଟକୁ ଆସିବାପରେ ଜିଲ୍ଲାପାଳ ସମାଧାନ କରିବା ସହ ବର୍ତ୍ତମାନ ପରିସ୍ଥିତିରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଳାରେ ଓଡ଼ିଶାର ପ୍ରଥମ ପାଇଲଟ ପ୍ରଜେକ୍ଟ ଭାବେ ଚିଠି ନଂ ୧୧୯୨ ତା ୭.୪.୨୦୨୦ ପ୍ରକାରେ ଗର୍ଭବତୀ, ପ୍ରସୂତି ଓ ପ୍ରିସ୍କୁଲ ବିଦ୍ୟାଳୟ ପିଲାମାନଙ୍କୁ ଅଣ୍ଡା ବଣ୍ଟନ ଦାୟୀତ୍ୱ ଗଞ୍ଜାମ ଜିଲ୍ଲାର ୩ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଥିଲା ଏବଂ ଏହା ଠିକ୍ ଭାବେ କେତୋଟି ବ୍ଳକ୍ରେ ଅଣ୍ଡା ବଣ୍ଟନ ମଧ୍ୟ ଚାଲିଥିଲା । ଉକ୍ତ ବଣ୍ଟନ ପ୍ରକ୍ରିୟାକୁ ହିତାଧିକାରୀମାନେ ସ୍ୱାଗତ ଜଣାଇବା ସହିତ ଖୁସିବ୍ୟକ୍ତ କରିଥିଲେ । କିନ୍ତୁ ଅଙ୍ଗନୱାଡ଼ି କର୍ମୀମାନେ ମୋନଙ୍କ କିଛି ସ୍ୱାର୍ଥ ରଖି ଉକ୍ତ ବଣ୍ଟନ ଦାୟୀତ୍ୱକୁ ବିରୋଧକଲେ । ପୂର୍ବରୁ ଗର୍ଭବତୀ, ପ୍ରସୂତି ଓ ପ୍ରିସ୍କୁଲ ବିଦ୍ୟାଳୟ ପିଲାମାନେ ମାସକୁ କେତେ ଅଣ୍ଡା ଆସୁଥିଲା, କେତେ ଅଣ୍ଡା ଦିଆଯିବା କଥା ତାହା ହିତାଧିକାରୀମାନେ ଜାଣିପାରୁ ନଥିଲେ । କିନ୍ତୁ ଜିଲ୍ଳାପାଳଙ୍କ ଏହି ପାଇଲଟ ପ୍ରୋଜେକ୍ଟରେ ଗଞ୍ଜାମ ଜିଲ୍ଳାର ସମସ୍ତ ଗର୍ଭବତୀ, ପ୍ରସୂତୀ ମାନଙ୍କ ପାଇଁ ମାସକୁ ୧୨ଟି ଅଣ୍ଡା ଓ ପ୍ରିସ୍କୁଲ ବିଦ୍ୟାଳୟ ପିଲାମାନଙ୍କ ପାଇଁ ୨୦ଟି ଅଣ୍ଡା ମିଳିବା କଥା ସମସ୍ତ ହିତାଧିକାରୀ ଜାଣିପାରିଲେ । କିନ୍ତୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିକଟରେ ଅଙ୍ଗନୱାଡ଼ି କର୍ମୀମାନେ ସେମାନଙ୍କ ଗୁମର ଖୋଲିଯିବା ଭୟରେ କଲମଛାଡ ଆନ୍ଦୋଳନ କରିବାରୁ ଜିଲ୍ଳାପାଳ ଚିଠି ନମ୍ବର ୧୬୯୮ ତା.୦୧.୦୬.୨୦୨୦ରିଖ ପ୍ରକାରେ ଉକ୍ତ ଅଣ୍ଡା ବଣ୍ଟନ ପାଇଲଟ ପ୍ରୋଜେକ୍ଟକୁ ପ୍ରତ୍ୟାହାର କରିଥିଲେ । ଏନେଇ ଆସିକା ଲୋକସଭା ଯୁବ କଂଗ୍ରେସ ସଭାପତି ଅନିଲ କୁମାର ପରିଡା ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟକୁ ନାପସନ୍ଦ କରିବା ସହ ତୁରନ୍ତ ଭୁତ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ପ୍ରଶାସନିକସ୍ତରରେ ପ୍ରୟାଶ ଆରମ୍ଭ କରାଯାଉ ବୋଲି ଅନୁରୋଧ କରିଛନ୍ତି ।
କିନ୍ତୁ ଉପଭୋକ୍ତାମାନଙ୍କ ମନରେ ଆଶଙ୍କା ରହୁଛି ଯେ, ବର୍ତ୍ତମାନ ଅଙ୍ଗନୱାଡ଼ି କର୍ମୀମାନଙ୍କ ଦ୍ୱାରା ଅଣ୍ଡା ବଣ୍ଟନ କରାଗଲେ ଠିକ୍ରେ ଅଣ୍ଡା ମିଳିବା କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଙ୍ଗନୱାଡ଼ି କେନ୍ଦ୍ରରେ ଠିକ୍ ଭାବେ ଅଣ୍ଡା ଦିଆଯାଉଛି କି ନାହିଁ, ଜିଲ୍ଲା ପ୍ରଶାସନ ବିଭିନ୍ନ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କଲେ ଅଙ୍ଗନୱାଡ଼ି କର୍ମୀଙ୍କ ଗୁମର ଖୋଲିବା ସହ ହିତାଧିକାରୀମାନେ ଉପକୃତ ହୋଇପାରିବେ । ସେପଟେ ବିଭିନ୍ନ ବ୍ଲକ୍ରେ ଅଣ୍ଡା ବଣ୍ଟନ ସଠିକ୍ ଭାବେ ହେଉନଥିବା ଏବଂ ହିତାଧିକାରୀମାନେ ସରକାରୀ ସହାୟତା ପାଉନଥିବାନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପହଞ୍ôଚବାପରେ ଜିଲ୍ଳାର ସମସ୍ତ ତହସିଲଦାରଙ୍କୁ ନିଜ ନିଜ ଅଞ୍ଚଳରେ ଅଣ୍ଡା ବଣ୍ଟନ ଠିକ୍ ହେଉଛି ନା ନାହିଁ ଏହାର ତଦନ୍ତକରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନର ସମାଜ ମଙ୍ଗଳ ବିଭାଗ ଚିଠି ନମ୍ବର ୧୬୩୭ ତା୨୬.୫.୨୦୨୦ରେ ଚିଠି ହୋଇଥିଲା । ଏହି ଚିଠିରେ ଭୁତ ହିତାଧିକାରୀଙ୍କୁ ଚିହ୍ନଟ କରିବା ସହ ବାର୍ଷିକ ଖାତାର ବିବରଣୀ ସହ ଅଙ୍ଗନୱାଡ଼ି କେନ୍ଦ୍ରଗୁଡିକର କାର୍ଯ୍ୟକାରିତାର ତଦାରଖକରି ରିପୋର୍ଟ ଦେବାକୁ କୁହାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୨୨ଟି ବ୍ଳକ୍ ତହସିଲ ଅଧିନରେ କୌଣସି ବି ତହସିଲଦାର ଅଣ୍ଡା ପାଉଥିବା ହିତାଧିକାରୀଙ୍କ ନିକଟରେ ପହଞ୍ôଚନଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ତହସିଲଦାର ମାନେ କେତେ ମାନୁଛନ୍ତି ତାହା ଉପରୋକ୍ତ ଚିଠିର ନିର୍ଦ୍ଦେଶନାମାରୁ ଜଣାପଡିଛି ।
Related Stories
November 23, 2024