
କିନ୍ତୁ କିଛି ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ମାନେ ବିଶୃଙ୍ଖଳିତ ଆଚରଣ ଦେଖାଇବା ସହ ଖାଦ୍ୟ ଫୋପାଡିଥିବା ବେଳେ ବେଲଗୁଣ୍ଠା ବ୍ଳକର ଗାଙ୍ଗପୁର ପଞ୍ଚାୟତ ପରି ପଞ୍ଚାୟତରେ ସୁବ୍ୟବସ୍ଥା,ଉତ୍ତମ ଖାଦ୍ୟ ତଥା ସଙ୍ଗରୋଧ କେନ୍ଦ୍ରର ଉତ୍ତର ପରିଚାଳନା ଓ ସରପଞ୍ଚ ମାନଙ୍କ ସହନଶୀଳତା ଯୋଗୁଁ ସଙ୍ଗରୋଧ ଅବଧି ସାରି ଘରକୁ ଫେରୁଥିବା ବେଳେ ଭାବବିହ୍ୱଳ ହୋଇ ସରପଞ୍ଚ ଙ୍କ ଆତିଥ୍ୟ କୁ ଭୁଲି ପାରିବେନି ବୋଲି କହି ନିଜ ଘରକୁ ଫେରୁଥିବା ଲକ୍ଷ କରାଯାଇଛି ।ବେଲଗୁଣ୍ଠା ବ୍ଳକର ତନରଡା ପଞ୍ଚାୟତର ଆର୍ଯ୍ୟକନ୍ୟା ଗୁରୁକୁଳ ଆଶ୍ରମରେ ଥିବା ୧୩୨ ଜଣ ପ୍ରବାସୀ ବିଭିନ୍ନ ପ୍ରକାର ଅଭିଯୋଗ ଆଣି ଆମ ପ୍ରତିନିଧିଙ୍କୁ ଜଣାଇବା ସହ ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।ସେମାନଙ୍କ ଅଭିଯୋଗ ହେଲା,୧୦୦ଜଣ ରହିବା ପାଇଁ ଧାର୍ଯ୍ୟ କରାଯାଇଥିବା ଏହି କେନ୍ଦ୍ରରେ ୧୩୨ ଜଣଙ୍କୁ ଖୁନ୍ଦାଖୁନ୍ଦି କରି ରଖାଯାଇଛି ।ଯାହାକି ସାମାଜିକ ଦୁରତ୍ୱକୁ ଫୁ କରାଯାଇଛି ।ଏହି କେନ୍ଦ୍ରରେ ୩୮ଜଣ ମହିଳା,୨୪ଜଣ ଦଶ ବର୍ଷରୁ କମ୍ ଶିଶୁ ଓ ୯ ଜଣ ୬୦।ବର୍ଷ ରୁ ଉର୍ଦ୍ଧ୍ବ ବୃଦ୍ଧ ରହିଛନ୍ତି ।
୧୩୨ଜଣ ପ୍ରବାସୀଙ୍କ ପାଇଁ ଗୋଟିଏ ସ୍ଥାୟୀ ପାଇଖାନା ସହ ଆଉ ତିନୋଟି ଅସ୍ଥାୟୀ ପାଇଖାନା ନିର୍ମାଣ କରାଯାଇଛି ।କିନ୍ତୁ ଅସ୍ଥାୟୀ ପାଇଖାନା ଗୁଡିକର ମଇଳା ପାଣି ଓ ମଇଳା ପ୍ରାୟ ୩/୪ ଦିନ ହେବ ବାହାରେ ଭାସୁଛି ।ଦୁର୍ଗନ୍ଧମୟ।ପରିବେଶ ମଧ୍ୟରେ ଖାଇବା ପାଇଁ ଆଉ ଇଛା ହେଉନାହିଁ ।ଖାଦ୍ୟ ମଧ୍ୟ ଅତି ନିମ୍ନମାନର ଯୋଗାଇ ଦିଆଯାଉଛି ।ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି ।ଶନିବାର ଦିନ ଜଣେ ମହିଳା ଅଧିକାରୀ ଆସି ତଦନ୍ତ କରି ଫେରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।ଆମକୁ ଖାଇବାକୁ ନ ଦିଅ ପଛେ ପାଇଖାନା ଓ ଗାଧୁଆ ଘର ସଫାକରାଯାଉ ବୋଲି ଅନ୍ତେବାସୀ ମାନେ ଏକ ଭିଡିଓ ବାର୍ତ୍ତା ରେ ଆମ ପ୍ରତିନିଧି ଙ୍କୁ ଜଣାଇଛନ୍ତି ।ଏହି କେନ୍ଦ୍ରର ପ୍ରବାସୀ ମାନେ ଗତ ଶନିବାର ଓ ରବିବାର ଦିନ ସୁରତ, ତାମିଲନାଡୁ ଓ ହାଇଦ୍ରାବାଦରୁ ଆସି ଏଠାରେ ଅଛନ୍ତି ।ଯଦି ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଆମେ ନିଜ ନିଜ ଗ୍ରାମକୁ ଚାଲିଯିବୁ ବୋଲି ଧମକ ଦେଇଛନ୍ତି ।ଏ ନେଇ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଙ୍କ ପ୍ରତିକ୍ରିୟା ନେବାରୁ ସେ ବେଲଗୁଣ୍ଠା ବିଡିଓ ଙ୍କ ସହ ଆଲୋଚନା କରି ଘଟଣାର ସମାଧାନ କରିବେ ବୋଲି ପ୍ରକାଶ କରିଥିଲେ ।
ଫଟୋ
ଶିବରାମ ଚୌଧୁରୀ