ନୂଆଦିଲ୍ଲୀ– ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ କେବଳ ଦିଲ୍ଲୀର ଲୋକଙ୍କର ଚିକିତ୍ସା ହେବ ନା ଅନ୍ୟ ରାଜ୍ୟରୁ ଆସୁଥିବା ଲୋକେ ମଧ୍ୟ ଚିକିତ୍ସିତ ହୋଇପାରିବେ ।
ସୂଚନାଯୋଗ୍ୟ, ଦିଲ୍ଲୀରେ ଚିକିତ୍ସା ବ୍ୟବସ୍ଥାକୁ ନେଇ ଶନିବାର ଡ. ମହେଶ ବର୍ମା କମିଟି ଦିଲ୍ଲୀ ସରକାରଙ୍କୁ ନିଜର ରିପୋର୍ଟ ଦାଖଲ କରିଥିଲେ । ରିପୋର୍ଟରେ କୁହାଯାଇଛି ଯେ, ଦିଲ୍ଲୀର ସ୍ୱାସ୍ଥ୍ୟ ଭିତ୍ତିଭୂମି କେବଳ ଦିଲ୍ଲୀର ଲୋକଙ୍କ ପାଇଁ ବ୍ୟବହାର ହେଉ । ଯଦି ବାହର ଲୋକଙ୍କ ପାଇଁ ଦିଲ୍ଲୀର ହେଲଥ କେୟାର ଭିତ୍ତିଭୂମି ଖୋଲାଯିବ, ୩ ଦିନ ମଧ୍ୟରେ ସମସ୍ତ ଶଯ୍ୟା ପୂରିଯିବ । ଡ. ମହେଶ ବର୍ମାଙ୍କ ରିପୋର୍ଟ ରବିବାର ଦିନ ୧୧ଟା ୩୦ରେ ଦିଲ୍ଲୀ କ୍ୟାବିନେଟ ବୈଠକରେ ଭାଗ୍ୟ ନିର୍ଦ୍ଧାରଣ କରିବ । ଏହି ବୈଠକ ପରେ ନିର୍ଦ୍ଧାରଣ ହେବ ଯେ, ଦିଲ୍ଲୀର ସ୍ୱାସ୍ଥ୍ୟ ଭିତ୍ତିଭୂମି ଅନ୍ୟ ରାଜ୍ୟ ପାଇଁ ଖୋଲାଯିବ କି ନାହିଁ ।