ଭୁବନେଶ୍ୱର – ରାଜ୍ୟରେ ଆଉ ୭୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୮୫୬କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା ୭୫ ଜଣଙ୍କ ମଧ୍ୟରୁ ୭୨ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ଲୋକ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୧୬ ଟି ଜିଲ୍ଲାରୁ ହୋଇଥିବା ଜଣା ପଡିଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଖୋର୍ଧା ଓ ସୁନ୍ଦରଗଡ ଜିଲ୍ଲାରୁ ସବୁଠାରୁ ଅଧିକ୧୮- ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୨ ଜଣ, କୋରାପୁଟ ଜିଲ୍ଲାରୁ ୨ ଜଣ, ଯାଜପୁର ଜିଲ୍ଲାରୁ ୭ ଜଣ, କେନ୍ଦୁଝର ଜିଲ୍ଲାରୁ ଜଣେ, ଗଂଜାମ ଜିଲ୍ଲାରୁ ଜଣେ ତଥା ନୟାଗଡ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ସେହିପରି ଭାବେ କଟକ ଜିଲ୍ଲାରୁ ୫ ଜଣ, ଅନୁଗୁଳ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲାରୁ ୨ ଜଣ, ବଲାଙ୍ଗୀର ଜିଲ୍ଲାରୁ ୫ ଜଣ, ପୁରୀ ଜିଲ୍ଲାରୁ ଜଣେ, ନୂଆପଡା ଜିଲ୍ଲାରୁ ଜଣେ, ସୋନପୁର ଜିଲ୍ଲାରୁ ୩ ଜଣ ଓ କେନ୍ଦ୍ରାପଡା ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଭାଗ ପକ୍ଷରୁ କୁହା ଯାଇଛି ।