ଭୁବନେଶ୍ୱର– ଖୋର୍ଦ୍ଧା ଜିଲ୍ଲାରେ ପ୍ରବାସୀଙ୍କ ସରକାରୀ କ୍ୱାରେଂଟାଇନ ସମୟ ସୀମାକୁ ବଢା ଯାଇଛି । ଏବେ ପ୍ରଶାସନ ପ୍ରବାସୀ ମାନଙ୍କୁ ୭ ଦିନ ବଦଳରେ ୧୪ ଦିନିଆ କ୍ୱାରେଂଟାଇନରେ ରଖିବାକୁ ନିଷ୍ପତି ନେଇଛି । ଏ ନେଇ ଜିଲ୍ଲାର ସବୁ ବ୍ଲକ୍ର ବିଡିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ସାତ ଦିନ ସରକାରୀ କ୍ୱାରେଂଟାଇନ ରହି ଘରକୁ ଯିବା ପରେ ମଧ୍ୟ କେତେକ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେଉଥିବାରୁ ଏହି ନିଷ୍ପତି ନିଆଯାଇଥିବା ଜିଲ୍ଲାପାଳ ଦର୍ଶାଇଛନ୍ତି । ଏହାସହ ଗ୍ରାମାଂଚଳରେ ହୋମ୍ କ୍ୱାରେଣ୍ଟିନ୍ରେ ରହିବା ପାଇଁ ଲୋକଙ୍କ ଘରେ ସ୍ୱତନ୍ତ୍ର ପାଇଖାନା ମଧ୍ୟ ନାହିଁ । ଏହି ଦୁଇଟି ମୁଖ୍ୟ କାରଣ ପାଇଁ ସରକାର କ୍ୱାରେଂଟାଇନ ସମୟ ସୀମା ୭ ଦିନରୁ ୧୪ ଦିନକୁ ବୃଦ୍ଧି କରାଯାଇଥିବା ଜିଲ୍ଲାପାଳ ଚିଠିରେ ଦର୍ଶାଇଛନ୍ତି ।