
ଭୁବନେଶ୍ୱର– ଜଗତସିଂହପୁରର ଦୁଇ ଜଣ କରୋନା ଆକ୍ରାନ୍ତ ଗୁଜରାତ ଓ ପଶ୍ଚିମ ବଙ୍ଗ ଫେରନ୍ତା ବୋଲି ଜଗତସିଂହପୁର ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଉଭୟ ସଂଗରୋଧ କେନ୍ଦ୍ରରେ ଥିଲେ ଓ ସେମାନଙ୍କ ନିକଟରେ କୌଣସି ଲକ୍ଷଣ ନ ଥିଲା । ସେମାନଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ କୋବିଡ ହସପିଟାଲରେ ଭର୍ତି କରା ଯାଇଛି ।