ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳର ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମସି ପକ୍ଷରୁ ସୂଚନା ଦିଆ ଯାଇଛି ।
ଆକ୍ରାନ୍ତ ମାନଙ୍କ ମଧ୍ୟରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ହୋଇଥିବା ବେଳେ ଜଣେ ଆଠ ବର୍ଷ ର ଝିଅ ରହିଛି । ଏମାନେ ପଟିଆ ଅଂଚଳର ଓ ଗୋଟିଏ ପରିବାରର ବୋଲି ସୂଚନା ଦିଆ ଯାଇଛି । ଏମାନେ ଦିଲ୍ଲୀରୁ ଫେରିଥିଲେ । ଏହି ମାମଲାରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ପ୍ରକାଶ କରା ଯାଇଛି ।