ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଉଦବେଗଜନ ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଷ୍ଠୀ ସଂକ୍ରମଣ ହୋଇନଥିବା କୁହାଯାଉଥିବା ବେଳେ ବ୍ରହ୍ମପୁର ଜେଲ୍ ମଧ୍ୟରେ ଦୁଇ ଜଣ ବନ୍ଦୀଙ୍କ ନମୂନା ରିପୋର୍ଟ ପଜିଟିଭ୍ ଆସିଛି । ଜିଲ୍ଲାରେ ଏବେ ସଂକ୍ରମଣ ଆରମ୍ଭ ହୋଇଯାଇଛି । ବର୍ତମାନ ଠାରୁ ଜିଲ୍ଲା ପ୍ରଶାସନ ଓ ଜନସାଧାରଣ ସତର୍କ ନହେଲେ ଆଗକୁ ସ୍ଥିତି ଅସମ୍ଭାଳ ଓ ସାଙ୍ଘାତିକ ହେବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । ଆଜି ଓ ଗତକାଲି ଦୁଇ ଦିନ ମଧ୍ୟରେ ଜିଲ୍ଲାରେ ୬୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗ୍ରୀନ୍ ଜୋନ୍ ଥିବା ଗଞ୍ଜାମ ଜିଲ୍ଲାକୁ ବହୁ ସଂଖ୍ୟାରେ ପ୍ରବାସୀ ଫେରିବା ପରେ ଏହା ରେଡ଼୍ ଜୋନ୍ କୁ ଆସିଥିଲା । ତେବେ ଜିଲ୍ଲାରେ କରୋନା ସ୍ଥିତି କ୍ରମଶଃ ଅଣାୟତ ହେବାରେ ଲାଗିଛି । ଗତକାଲି ବ୍ରହ୍ମପୁର ଜେଲ୍ ରେ ଦୁଇ ଜଣ ବନ୍ଦୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏମକେସିଜି ମେଡ଼ିକାଲ କଲେଜ ହସ୍ପିଟାଲର କର୍ମଚାରୀ ମଧ୍ୟ କ୍ୱାରେଂଟାଇନରେ ରହିଥିବା କଲେଜ ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ମିଶ୍ର କହିଛନ୍ତି ।
ସେହିପରି ସମସ୍ତ ସ୍ଥାନୀୟ ପଜିଟିଭ୍ ମାନେ ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ସଂସ୍ପର୍ଶରେ ଆସିଥିବାରୁ ଏମାନଙ୍କର ପଜିଟିଭ୍ ବାହାରିଥିବା ନେଇ ଜିଲ୍ଲାପାଳ ଟ୍ୟୁଟ୍ କରି ସୂଚନା ଦେଇଛନ୍ତି । ହେଲେ ଏପର୍ଯ୍ୟନ୍ତ ଜିଲ୍ଲାରେ କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ ବୋଲି ସେ କହିଛନ୍ତି । ବହୁ ସଂଖ୍ୟାରେ ପ୍ରବାସୀ ଫେରୁଛନ୍ତି ଏବଂ ସେମାନେ ହୋମ୍ କ୍ୱାରେଂଟାଇନରେ ରହୁଛନ୍ତି । ତେଣୁ ସମସ୍ତଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ହେବ । ଯଦି ଲକ୍ଷଣ ରହଛି, ତେବେ ଏହାକୁ ଲୁଚାନ୍ତୁ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ଗତକାଲି ସୁସ୍ଥ ହୋଇଥିବା ୮ ଜଣ ଘରକୁ ଫେରିଛନ୍ତି । ଇତିମଧ୍ୟରେ ଜିଲ୍ଲାରେ ୩୯୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ ।
ଗଞ୍ଜାମ ଜିଲ୍ଲାରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ : ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୯୮ କୁ ବୃଦ୍ଧି : ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ, ଜିଲ୍ଲାରେ ମୃତ୍ୟୁ ସଖ୍ୟା ୪କୁ ବୃଦ୍ଧି
ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ଆଜି ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୯୮ କୁ ବୃଦ୍ଧି ପାଇଛି । ଗତକାଲି ଜିଲ୍ଲାରେ ସର୍ବାଧିକ ୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଗତକାଲି ସଂନ୍ଧ୍ୟା ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ୫୯୭ ଥିଲା । ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକର ସୁରତ ଲିଙ୍କ୍ ରହିଥିବା ଏବଂ ସେ ଅସ୍ଥାୟୀ କ୍ୱାରେଂଟାଇନ ସେଂଟରର ବୋଲି ଜଣାପଡଛି ।
ପ୍ରକାଶ ଥାଉ କି, ଅଦ୍ୟାବଧି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଛଅ ଶହ ଛୁଇଁବାକୁ ବସିଛି । ପୂର୍ବରୁ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ଜଣକର ମୃତ୍ୟୁ ଘଟିଥିବା ନେଇ ସରକାରୀ ସ୍ତରରେ ଘୋଷଣା କରାଯାଇଛି । ଫଳରେ ଗଞ୍ଜାମ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଏହି ୫୫ ବର୍ଷିୟ ମୃତ ବ୍ୟକ୍ତି ଜଣକ ସୁରତ ଫେରନ୍ତା । ସେ ଯକ୍ଷ୍ମା ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ ।