ଦିଗପହଣ୍ଡି: ଦିଗପହଣ୍ଡି ବ୍ଳକ ଭ୍ରମରପୁର ପଞ୍ଚାୟତ ଦୋଳବ – ଗୋପୀନାଥପୁର ଗ୍ରାମ ନିକଟ ଚଟିଆନାଳ ନିକଟରେ ଶନିବାର ଅପରାହ୍ନ ପ୍ରାୟ ସାଢେ଼ ୫ ଟାରେ ବଜ୍ରାଘାତ ରେ ୯ ଟି ଗାଈ ମୃତ୍ୟୁ ବରଣ କରିଛନ୍ତି। ଗୁରୁତର ଆହାତ ଅବସ୍ଥାରେ ଗୋଟିଏ ଗାଈ କୁ ଚିକିତ୍ସା ଚାଲିଥିବା ବେଳେ ଗୋପୀନାଥପୁର ଗ୍ରାମର ଗାଈ ମାଲିକ ତଥା ଚାଷୀ ପୂର୍ଣ୍ଣ ନାୟକ ଅଳ୍ପକେ ବର୍ତ୍ତିଯାଇଥିବା ଖବର ମିଳିଛି। ସବୁଦିନଭଳି ଶନିବାର ସକାଳେ ପୂର୍ଣ୍ଣ ତାଙ୍କ ଗାଈଗୋଠ କୁ ଚରାଇବାକୁ ନେଇଥିଲେ।ଅପରାହ୍ନରେ ଆକସ୍ମିକ ବର୍ଷା ଓ ବାରମ୍ବାର ବଜ୍ରପାତ କାରଣରୁ ପୂର୍ଣ୍ଣ ଗାଈଗୋଠ କୁ ନିକଟସ୍ଥ ଏକ ବର ଗଛ ତଳେ ରଖି ସେ ନିକଟସ୍ଥ ଅନ୍ୟ ଏକ ଗଛ ତଳେ ଆଶ୍ରୟ ନେଇଥିଲେ।ଗାଈଗୋଠ ଥିବା ଗଛ ତଳେ ବଜ୍ରପାତ ହେବାରୁ ୯ ଟି ଗାଈ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଗୋଟିଏ ଗାଈ ଗୁରୁତର ଆହାତ ହୋଇଥିବା ଜଣାପଡିଛି।ଖବରପାଇ ପୂର୍ଣ୍ଣ ଙ୍କ ସମ୍ପର୍କୀୟ ଓ ବହୁ ସଂଖ୍ୟକ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚିଥିଲେ।ଦିଗପହଣ୍ଡି ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ ଙ୍କ ନିର୍ଦ୍ଦେଶକ୍ରମେ ଭ୍ରମରପୁର ସର୍କଲ ର ରାଜସ୍ଵ ନୀରିକ୍ଷକ ସନାତନ ରଣା ଗାଁ ରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଥିବା ଜଣାପଡିଛି।ଗରିବ ଅସହାୟ ଚାଷୀ ପୂର୍ଣ୍ଣ ଙ୍କୁ ସରକାରୀ କ୍ଷତିପୂରଣ ପ୍ରଦାନ ପାଇଁ ସାମାଜିକ କର୍ମୀ ସୁଶାନ୍ତ କୁମାର ଷଡଙ୍ଗୀ ଦାବୀ କରିଛନ୍ତି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।