ନୂଆଦିଲ୍ଲୀ– ଆଜି ଲଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ସୀମାକୁ ନେଇ ଉପୁଜିଥିବା ବିବାଦ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାକୁ ଯାଉଛି । ପୂର୍ବ ଲଦାଖରେ ପାଖାପାଖି ଏକ ମାସ ହେବ ଉତ୍ତେଜନା ଦେଖାଯାଇଛି । ଏହାରି ମଧ୍ୟରେ ଭାରତ ଓ ଚୀନ ମଧ୍ୟରେ ଲେଫ୍ଟନାଣ୍ଟ ଜେନେରାଲ ସ୍ତରରେ ଶନିବାର ଆଲୋଚନା ହେବ । ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ନିଜର ଚୀନ ସମକକ୍ଷ ଚୀନୀ ମେଜର ଜେନେରାଲ ଲିୟୁଙ୍କ ସହିତ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ଉପରେ ଗତିରୋଧକୁ ନେଇ ଆଲୋଚନା କରିବେ ।
ଏହି ବୈଠକରେ ପ୍ରଥମେ ଲିଖିତ ଏଜେଣ୍ଡା ସେୟାର କରାଯିବ । ବୈଠକରେ ଏହି ଏଜେଣ୍ଡା ଉପରେ ଆଲୋଚନା ହେବ । ଏହା ବ୍ୟତୀତ ଯଦି କୌଣସି ପକ୍ଷ ଆହୁରି କିଛି ପ୍ରସଙ୍ଗ ଉଠାନ୍ତି, ଏହା ମଧ୍ୟ ଆଲୋଚନା ହୋଇପାରିବ । ଗଲୱାନ, ପୌଙ୍ଗୋଗ ତ୍ୟୋସ ଓ ଗୋଗରା ଅଂଚଳ ସଂପର୍କରେ ଆଲୋଚନା ହେବ ।