
ନୂଆଦିଲ୍ଲୀ– କରୋନାରେ ଭାଇରସ କବଳରେ ସମଗ୍ର ବିଶ୍ୱବାସୀ । ଏବେ ସୁଦ୍ଧା ପୃଥିବୀରେ ୩ ଲକ୍ଷ ୯୭ ହଜାର ୪୪୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୬୮ ଲକ୍ଷ ୩୯ ହଜାର ୪୮୭ ଜଣ ସଂକ୍ରମିତ ହୋଇସାରିଛନ୍ତି । ଏଥିରୁ ୩୩ ଲକ୍ଷ ୩୨ ହଜାର ୫୮ ଜଣ ସୁସ୍ଥ ହୋଇଥିବା ବେଳେ ୩୧ ଲକ୍ଷ ୯ ହଜାର ୯୮୩ ଜଣ ସଂକ୍ରମିତ ହୋଇଛନ୍ତି । ଏବେବି ୫୩ ହଜାର ୫୭୬ ଜଣ ଗୁରୁତର ଅଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏଠାରେ ୧୯ ଲକ୍ଷ ୬୫ ହଜାର ୭୦୮ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୧୧ ହଜାର ୩୯୦ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୭ ଲକ୍ଷ ୩୮ ହଜାର ୬୪୬ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ୧୧ ଲକ୍ଷ ୧୫ ହଜାର ୬୭୨ ଜଣ ଚିକିତ୍ସାଧୀନ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧୭ ହଜାର ୧୨୧ ଜଣ ଗୁରତର ଆକ୍ରାନ୍ତ । ଆମେରିକା ପରେ ବ୍ରାଜିଲ ଓ ଋଷିଆରେ କରୋନା କାୟା ମେଳାଇଛି ।