
ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ କୋବିଡ ଗାଇଡଲାଇନ ଉଲ୍ଲଂଘନକୁ ନେଇ ୧୨ଟି ମାମଲା ରୁଜୁ କରା ଯାଇଛି । ଏଥି ମଧ୍ୟରୁ ୧୦ଟି ମାମଲା ଲକଡାଉନ ଉଲ୍ଲଂଘନ ହୋଇଥିବା ବେଳେ ଗୋଟିଏ ମାମଲା ହୋମ କ୍ୱାରେଂଟାଇନ ଉଲ୍ଲଂଘନ ଓ ଅନ୍ୟ ଏକ ପ୍ରସଙ୍ଗରେ ଗୋଟିଏ ମାମଲା ରୁଜୁ କରା ଯାଇଥିବା ରାଜ୍ୟ ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି ।