ଭୁବନେଶ୍ୱର– କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍ ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିନା କୌଣସି କାମରେ ଲୋକେ ଘରୁ ବାହାରିବା ମନା । ସଟ୍ ଡାଉନ୍ ଜିଲ୍ଲା ଥିବା ଗୁଡ଼ିକରେ ଆଜି ରାସ୍ତାଘାଟ ଖାଁ ଖାଁ ଲାଗୁଛି ।
ସବୁଠୁ ଅଧିକ କରୋନା ପ୍ରଭାବିତ ହୋଇଥିବା ୧୧ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟ୍ ଡାଉନ୍ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜିଠୁ ଏହା ଲାଗୁ କରାଯାଇଛି । ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ଓ ଖୋର୍ଦ୍ଧା ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍ ଡାଉନ୍ ଘୋଷଣା ହୋଇଛି। ଜୁନ୍ ୩୦ ଯାଏଁ ଏହି ନିୟମ ଲାଗୁ ରହିବ । ଏହି ସବୁ ଜିଲ୍ଲାର ପ୍ରବେଶ ପଥ ଓ ସହରରେ ପୋଲିସ୍ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଉଛି।