ବ୍ରହ୍ମପୁର : କରୋନା ମହାମାରୀ ଭୁତାଣୁ ସଂକ୍ରମଣକୁ ଭୟକରି ରକ୍ତଦାତାଙ୍କ ସଂଖ୍ୟା କମିଯାଇଥିବାରୁ ବ୍ରହ୍ମପୁର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛି । ଫଳରେ ବହୁ ନିରୀହ ରୋଗୀ ଅନେକ ସମୟରେ ରକ୍ତ ଅଭାବରୁ ମୃତ୍ୟୁମୁଖରେ ପଡୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ଠାରୁ ଅନୁମତି ଶୁକ୍ରବାର ଟ୍ରାଫିକ୍ ଥାନା ପରିସରରେ ଡିଏସ୍ପି ସାର୍ଥକ ରଏଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଥାନା ପରିସରରେ ଭ୍ରାମ୍ୟମାଣ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଟ୍ରାଫିକ୍ ଥାନାରେ କାର୍ଯ୍ୟରତ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ, ସମାଜସେବୀ, ଶିକ୍ଷକ, ବିଦ୍ୟାର୍ଥୀ ଓ ବହୁ ସାମାଜିକ କର୍ମୀ ଯୋଗଦେଇ ରକ୍ତଦାନ କରିଥିଲେ । ଏଥିରେ ୩୫ରୁ ଊର୍ଦ୍ଧ୍ୱ ରକ୍ତ ୟୁନିଟ୍ ସଂଗ୍ରହ ହୋଇଥିବା ବେଳେ ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋପାଳ ପଣ୍ଡା, ପ୍ରଶାନ୍ତ ମହାନ୍ତି, ସନ୍ତୋଷ ପତି, ଅନିଲ ପାତ୍ର, ସାଇ ପାତ୍ର, ଜୁବୁଲା ସାମନ୍ତରା, କେ.ଶ୍ରୀନିବାସ ପାତ୍ର ପ୍ରମୁଖ ଉପସ୍ଥିତରହି ରକ୍ତଦାନରେ ସହଯୋଗ କରିଥିଲେ ।
Related Stories
October 25, 2024