ବ୍ରହ୍ମପୁର : ମହୁଡାସ୍ଥିତ ସେପ୍ଟେଜ୍ ଟ୍ରିଟମେଣ୍ଟ ପ୍ଳାଣ୍ଟର ରକ୍ଷଣା ବେକ୍ଷଣା ଦାୟୀତ୍ୱ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି । ଓଡ଼ିଶା ୱାଟର ସପ୍ଳାଏ ଆଣ୍ଡ ସ୍ୱେରେଜ ବୋର୍ଡ ପକ୍ଷରୁ ନିର୍ମାଣ ହୋଇଥିବା ବ୍ରହ୍ମପୁର ମହାନଗର ନିଗମ ଅଧିନରେ କାର୍ଯ୍ୟ କରୁଥିବା ଏହି ଟ୍ରିଟମେଣ୍ଟ ପ୍ଳାଣ୍ଟର ପରିଚାଳନା ଏଣିକି ସ୍ୱୟଂ ସହାୟକ ଗୋଷ୍ଠୀ ‘ଅଗ୍ରତା ସିଏଲଏଫ’ କରିବା ।
ଶୁକ୍ରବାର ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ, ସଚିବ, ସୁଡାର ଡିଏମଏ ଅତିରିକ୍ତ ନିର୍ଦ୍ଦେଶକ, ଓଡବ୍ଳ୍ୟୁଏସଏସବିର ସଦସ୍ୟ ସଚିବ ଭିଡିଓ କନଫେରେନ୍ସି ଜରିଆରେ ଅଗ୍ରତାକୁ ଟ୍ରିଟମେଣ୍ଟ ପ୍ଳାଣ୍ଟ ବିଦ୍ଧିବଧ ଭାବେ ହସ୍ତାନ୍ତର କରିଥିଲେ । ଭିଡିଓ କନଫେରେନ୍ସିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଥୋଡ, ଡୁଡା ପିଡ଼ି ସୁଦାମ ମଣ୍ଡ ଉପସ୍ଥିତ ଥିଲେ । ଅଗ୍ରତା ସିଏଲଏଫ ହେଉଛି ବିଏମସି ଅଧିନରେ କାର୍ଯ୍ୟ କରୁଥିବା ଏସ୍ଏଚ୍ଜିଙ୍କୁ ନେଇ ଗଠିତ ସଂଘ । ଅଗ୍ରତାରେ ସହରର ବହୁ ଏସ୍ଏଚ୍ଜି ରହିଥିବା ବେଳେ ଏଥିରେ ଶହ ଶହ ମହିଳା କାର୍ଯ୍ୟରତ ଅଛନ୍ତି । ପୂର୍ବରୁ ଏହି ଏସ୍ଏଚ୍ଜିର ସଦସ୍ୟମାନେ ବ୍ରହ୍ମପୁର ସହରରେ କମ୍ୟୁନିଟି ଟଏଲେଟ ପରିଚାଳନାରେ ସଫଳତା ପାଇଛନ୍ତି । ସେହିପରି ଏହି ମହିଳା ମାନେ ଲୋକଙ୍କ ଘରକୁ ଘର ବୁଲି ମଳ ପରିଚାଳନା ଦିଗରେ ସଚେତନତା ସୃଷ୍ଟି କରିଛନ୍ତି । ଏହି ଏସ୍ଏଚ୍ଜି ସଦସ୍ୟାଙ୍କ ପାଇଁ ମହୁଡା ଟ୍ରିଟମେଣ୍ଟ ପ୍ଳାଣ୍ଟରେ ରାଜସ୍ୱ ଆଦାୟ ହୋଇପାରିବ । ତେଣୁ ଅଗ୍ରତାକୁ ଏହି ଦାୟୀତ୍ୱ ଦିଆଯାଇଛି । ୭୦ଟି ଏସ୍ଏଚ୍ଜି ମଧ୍ୟରୁ ଅଗ୍ରତାର ୪ଟି ଏସଏଚଜିକୁ ମୂଲ୍ୟାୟନ ପ୍ରକିୟା ଦ୍ୱାରା ପ୍ଳାଣ୍ଟ ପରିଚାଳନା ପାଇଁ ବଛାଯାଇଥିଲା । ସେହିପରି ପ୍ଳାଣ୍ଟ ପରିଚାଳନା ଦାୟୀତ୍ୱ ନେବାକୁ ଥିବା ଏସଏଚଜି ସଦସ୍ୟାଙ୍କୁ ୨ଟି ପର୍ଯ୍ୟାୟରେ ତାଲିମ ଦିଆଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୧୦ଟି ଏସ୍ଏଚ୍ଜିଙ୍କୁ ଏଥିପାଇଁ ତାଲିମ ଦିଆଯାଇଥିଲା ।
Related Stories
October 25, 2024