
ବ୍ରହ୍ମପୁର: ବ୍ରହ୍ମପୁର ମେଡିକାଲ ପଡିଆ ପଶ୍ଚିମପଟରେ ବିଶ୍ୱ ପରିବେଶ ଦିବସ ଅବସରରେ ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣାଙ୍କ ନେତୃତ୍ୱରେ ନିମଗଛ, କୋନା କାର୍ପସ୍, ଛତିଆନ୍ ଆଦି ଗଛ ରୋପଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ ପ୍ରିନ୍ସପାଲ ଜ୍ୱତିମୟୀ ତ୍ରିପାଠୀ, ମେଡିକାଲ ଅଧ୍ୟକ୍ଷ ସନ୍ତୋଷ ମିଶ୍ର, ସଂଘମିତ୍ରା ଦଳେଇ, ମହାନଗର ସଭାପତି ମୁକୁନ୍ଦ ଗୌଡ, ଉପସଭାପତି ଆର୍.ମୂୂରଲୀମୋହନ, ବିଜୟ ଭାସ୍କର ସିଂ ସାମନ୍ତ, ସୁରେନ୍ଦ୍ର ମହାରଣା, ଯୁବ ବିଜେଡି ସଭାପତି ଧନଞ୍ଜୟ ରାଓଙ୍କ ସମେତ ବହୁ ଦଳୀୟ କର୍ମୀ ଓ ବୃକ୍ଷପ୍ରେମୀ ଉପସ୍ଥିତରହି ବୃକ୍ଷରୋପଣରେ ସାମିଲ୍ ହୋଇଥିଲେ ।