ବ୍ରହ୍ମପୁର : ବିଶ୍ୱ ପରିବେଶ ଦିବସ ଅବସରରେ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ତରଫରୁ ଟାମଣା ନିକଟରେ ଫାଉଣ୍ଡେସନ ଦ୍ୱାରା ସୃଷ୍ଟି କରାଯାଇଥିବା ଗ୍ରାମ୍ୟ ଜଙ୍ଗଲରେ ଉକ୍ତ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ୫ହଜାର ଉପାଦେୟ ବୃକ୍ଷ ଯଥା ଆମ୍ବ, ପଣସ, ଶିଶୁ, ବର, ଅଶ୍ୱତଥ୍, ଅର୍ଜୁନ, ଡାଳିମ୍ବ, ପିଜୁଳି ପ୍ରଭୃତି ବିଶିଷ୍ଟ ଜଙ୍ଗଲର କାୟା ବୃଦ୍ଧି ନିମନ୍ତେ ବର, ଅଶ୍ୱତଥ, ଅର୍ଜୁନ, ବେଲ ଗଛ ପ୍ରଭୃତି ରୋପଣ କରାଯାଇଥିଲା । ସ୍ୱେଚ୍ଛାସେବୀମାନେ ଜଙ୍ଗଲ ରକ୍ଷା କରିବା ସହ ପରିବେଶ ରକ୍ଷା କରିବା ପାଇଁ ଶପଥ କରିଥିଲେ । ଏହି କାର୍ଯ୍ୟକ୍ରମରେ ମେଦିନୀପୁର ଗ୍ରାମବାସୀଙ୍କ ସମେତ ଫାଉଣ୍ଡେସନର ସ୍ୱେଚ୍ଛାସେବୀ ସଞ୍ଜୁକ୍ତା ପଣ୍ଡା, ସବିତା ସାହୁକାର, କେ.ନାଦ୍ୟାରାଣୀ, ରଞ୍ଜନା ମିଶ୍ର, ମାରୱାଡି ମହିଳା ସଂଘ ସଭାନେତ୍ରୀ ରୁବି ଖେମାନୀ, ଭେଙ୍କଟ ରମଣା, ଶ୍ୟାମସୁନ୍ଦର ଖାଡଙ୍ଗା, ସୁଦାମ ମହାନ୍ତି, ସୁଶାନ୍ତ ମହାନ୍ତି, ମାୟାଧର ବିଶୋଇ, ବୃନ୍ଦାବନ ଖଟେଇ, ଡା.ପୁରୁଷୋତ୍ତମ ସାହୁ, ଭୀମରାଜୁ ପାତ୍ର, ଇକୋ କ୍ଲବ୍ ସଂଯୋଜକ ଡା. ଶଙ୍କର ନାରାୟଣ ବେଜ, ମାଧବ ନାୟକ ଓ ସୁଧୀର ରାଉତ ପ୍ରମୁଖ ଯୋଗ ଦେଇଥିବା ବେଳେ ଟାମଣାସ୍ଥିତ ବନ ବିଭାଗ କର୍ମଚାରୀବୃନ୍ଦ ରୁପା କୁମାରୀ ପାଣିଗ୍ରାହୀ, ସୁନୀତା କୁମାରୀ ସାହୁ, କୃଷ୍ଣଚନ୍ଦ୍ର ନାହାକ, ଆର୍ଶିବାଦ ବେହେରା, ରୋହିତ ପାତ୍ର, ଆନନ୍ଦ ପାଣିଗ୍ରାହୀ ପ୍ରଭୃତି ଚାରା ଯୋଗାଇବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Related Stories
October 25, 2024