ଭୁବନେଶ୍ୱର – ଆସନ୍ତା ଅକ୍ଟେବାର ୨୧ ତରିଖରେ ଅନୁÂିତ ହେବାକୁ ଯାଉଥିବା ବିଜେପୁର ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ଲାଗି ପ୍ରାର୍ଥୀ ଚୂଡାନ୍ତ କରିବାପାଇଁ ଦଳର ସୁପ୍ରିମୋଙ୍କୁ ତାଲିକା ଦିଆଯାଇଛି ବୋଲି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ।
ବୁଧବାର ନବୀନ ନିବାସ ଠାରେ ଅନୁÂିତ ଏକ ବୈଠକରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କା ପ୍ରାର୍ଥୀ ତାଲିକା ଦିଆଯାଇଛି । ଏହି ବୈଠକରେ ନବ ଦାସ, ସଂଜୟ ଦାସବର୍ମା ପ୍ରଣବ ପ୍ରକାଶ ଦାସ , ପ୍ରଫୁଲ୍ଲ ମଲ୍ଲିକ , କଳିକେଶ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ପରେ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ ଆସନ୍ତା ୩୦ ତାରିଖ ଦିନ ବିଜେଡି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବେ । ବିଜେପୁର ଆସନ ମୁଖ୍ୟମନ୍ତ୍ରୀଙ୍କ ଆସନ ଥିଲା । ଏହାକୁ ପୁନର୍ବାର ଅକ୍ତିଆର କରିବୁ । ନିର୍ବାଚନ ପ୍ରଚାର ପାଇଁ ବିଭିନ୍ନ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।
ଅପରପକ୍ଷରେ ବିଜେପୁର ଉପନିର୍ବାଚନ ପାଇଁ ଏକ ୫ ଜଣିଆ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛି କଂଗ୍ରେସ । ଏହାକୁ ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ ପଠାଯାଇଛି । ତାଲିକାରେ ଅଭିଶେକ ସେଠ , ଦିଲ୍ଲୀପ ପଣ୍ଡା , ରବୀନ୍ଦ୍ର ପଣ୍ଡା , ସରେନ୍ଦ୍ର ପାତ୍ର , ସ୍ୱାଧ୍ୱୀ ସ୍ମିତା ସୁଆରଙ୍କ ନାମ ରହିଛି । ପାର୍ଟି ମୁଖ୍ୟ ବିଜେପୁର ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ବୋଲି ପିସିସି ପକ୍ଷରୁ କୁହାଯାଇଛି ।
ସେହିପରି ବିଜେପୁର ଉପନିର୍ବାଚନ ପାଇଁ ବିଜେପିର ବୈଠକ ଅନୁÂିତ ହୋଇଯାଇଛି । ଅତାବିରା ଠାରେ ଚାଲିଥିବା ଏହି ବୈଠକରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା , କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଅଛନ୍ତି ।