ଜଗନ୍ନାଥ ପ୍ରସାଦ, ୦୫.୦୬.୨୦୨୦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଜୁନିୟର ମହାବିଦ୍ୟାଳୟ ଯୁବ ରେଡକ୍ରସ ସଂସ୍ଥା ଏବଂ ସୁରକ୍ଷା ସ୍ଵେଚ୍ଛାସେବୀ ସଂଗଠନ ମିଳିତ ଆନୁକୂଲ୍ୟରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ଯୁବ ରେଡକ୍ରସ ପରାମର୍ଶଦାତା ଲୋକନାଥ ମହାନ୍ତି ଓ ସୁରକ୍ଷା ସଭାପତି ସରୋଜ କୁମାର ନାୟକଙ୍କ ନେତୃତ୍ଵରେ ପ୍ରାୟ ୩୦ ଜଣ ସ୍ଵେଚ୍ଛାସେବୀ ପରିବେଶ ସୁରକ୍ଷା ଓ କରୋନା ସଚେତନତା ଉପରେ ଏକ ସଚେତନତା ପଦଯାତ୍ରା କରିଥିଲେ। ଏହି ପଦଯାତ୍ରା କାଦୁଆ ଗ୍ରାମରୁ ଆରମ୍ଭ କରି ନରେନ୍ଦ୍ରପୁର, ଭାବସର , ରାଉତି, ଜିରାବାଡ଼ି, ଜଗନ୍ନାଥ ପ୍ରସାଦ ଦେଈ କଲେଜ ପରିସରେ ସମାପ୍ତ ହୋଇଥିଲା।
ସ୍ଵେଚ୍ଛାସେବୀ ମାନେ ପରିବେଶ ସୁରକ୍ଷାର ମହତ୍ତ୍ୱ, ଗାଁ ପରିମଳ, କରୋନା ସଚେତନତା ଓ ସ୍ଵଚ୍ଛତା ସମ୍ପର୍କରେ ସାମାଜିକ ଦୂରତା କୁ ରକ୍ଷା କରି ସ୍ଲୋଗାନ୍ ଦେଇ, ପ୍ରଚାର ପତ୍ର ବଣ୍ଟନ, ପ୍ଲାକାର୍ଡ ଧରି ସଚେତନ କରିଥିଲେ। ରାଉତି ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ମାନଙ୍କୁ କାଉନ୍ସିଲର ର ଅଧ୍ଯାପକ ଲୋକନାଥ ମହାନ୍ତି ହାତ ଧୋଇବାର ବିଭିନ୍ନ ପ୍ରଣାଳୀ ପ୍ରଶିକ୍ଷଣ ମାଧ୍ୟମରେ ଶିଖାଇଥିଲେ। ପରେ ରେଡ୍ କ୍ରସ୍ ସ୍ଵେଚ୍ଛାସେବୀ ମାନେ କଲେଜ ପରିସରରେ ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭୂତି ଭୂଷଣ ନାୟକ, ଚନ୍ଦନ ବିଶ୍ଵାଳ, ନନ୍ଦନ ବିଶ୍ଵାଳ, ବିଶ୍ଵ ଭୂଷଣ ସାହୁ,କେଶବ ଭୋଇ, ରାଜା ବେହେରା, ସୁବ୍ରତ କୁମାର ଗୌଡ, ଫକୀର ମୋହନ ସେନାପତି, ଅଟଳ ବିହାରୀ ନାୟକ, ଦୀପକ ବେହେରା, ଶିବ ଶଙ୍କର ପ୍ରଧାନ, ଚନ୍ଦନ ପ୍ରଧାନ, ଅଶୋକ ବାରିକ ଓ କୁନି ସ୍ଵେଚ୍ଛାସେବୀ ବ୍ରଜ କିଶୋର ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଏହି ଭଳି ଜନ ମଙ୍ଗଳ କାର୍ଯ୍ୟକ୍ରମ କରିଥିବାରୁ ସୁରକ୍ଷା ସଂଗଠନର ସମ୍ପାଦକ ସନାତନ ପ୍ରଧାନ ସମସ୍ତ ସ୍ଵେଚ୍ଛାସେବୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଗଞ୍ଜାମ ଜଗନ୍ନାଥପ୍ରସାଦ ରୁ ଚିତ୍ତରଞ୍ଜନଗନ୍ତାୟତ ରିପୋର୍ଟ