
ଗଞ୍ଜାମ-ମନରେଗା ଯୋଜନାରେ ପୋଖରୀ ଖୋଳା କାର୍ଯ୍ୟ ଚାଲିଥିବା ବେଳେ ବୋମା ଫୁଟି ତିନି ଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ବୋମା ବିସ୍ଫୋରଣ ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପୋଲସରା ଅଂଚଳରେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ତିନି ଜଣଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ପୋଖରୀରେ ବୋମା ଲୁଚାଇ ରଖିଥିଲା ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ଗୁରୁତର ତିନି ଜଣଙ୍କ ସମ୍ପୂର୍ଣ୍ଣ ପରିଚୟ ହସ୍ତଗତ ହୋଇପାରିନାହିଁ ।