ଭୁବନେଶ୍ୱର– ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ବଢି ୨୬ ଶହ ପାର କରି ସାରିଛି । ବର୍ତମାନ ଏହି ସଂଖ୍ୟା ୨୬୦୮ ହୋଇଥିବା ବେଳେ ଗଂଜାମ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ଗଂଜାମ ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩୩ରେ ପହଂଚିଛି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଯାଜପୁର ଜିଲ୍ଲାରେ ୨୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଧା ଜିଲ୍ଲାରେ ୨୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଭାବେ ବାଲେଶ୍ୱର ଜିଲ୍ଲୀରେ ୧୭୯, କେନ୍ଦ୍ରାପଡା ଜିଲ୍ଲାରେ ୧୬୩ ଓ କଟକ ଜିଲ୍ଲାରେ ୧୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭଦ୍ରକ ଜିଲ୍ଲାରେ ୧୩୬, ବଲାଙ୍ଗୀର ଜିଲ୍ଲାରେ ୧୦୫ ଜଣ ତଥା ପୁରୀ ଜିଲ୍ଲାରେ ୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରେ ୮୭, ସୁନ୍ଦରଗଡ ଜିଲ୍ଲାରେ ୮୧ ଓ ନୟାଗଡ ଜିଲ୍ଲାରେ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ନୂଆପଡା ଜିଲ୍ଲାରେ ୬୦ ଜଣ, ମୟୁରଭଂଜ ଜିିଲ୍ଲାରେ ୫୭ ଜଣ ଓ ଗଜପତି ଜିଲ୍ଲାରେ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବିଭାଗ ପକ୍ଷରୁ କୁହା ଯାଇଛି ଯେ ବୌଦ୍ଧ ଜିଲ୍ଲାରେ ୩୪, ଢେଙ୍କାନାଳ ଜିଲ୍ଲାରେ ୩୩ ତଥା ଦେବଗଡ ଜିଲ୍ଲାରେ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କେନ୍ଦୁଝର ଜିଲ୍ଲାରେ ୩୨, ଅନୁଗୁଳ ଜିଲ୍ଲାରେ ୩୧ ଓ ସୋନପୁର ଜିଲ୍ଲାରେ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କନ୍ଧମାଳ ଜିଲ୍ଲାରେ ୨୫, କଳାହାଣ୍ଡି ଜିଲ୍ଲାରେ ୨୫ ତଥା ମାଲକାନଗିରି ଜିଲ୍ଲାରେ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସମ୍ବଲପୁର ଜିଲ୍ଲାରେ ୧୬, ବରଗଡ ଜିଲ୍ଲାରେ ୧୬ ଓ କୋରାପୁଟ ଜିଲ୍ଲାରେ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡା ଜିଲ୍ଲାରେ ୭, ରାୟଗଡା ଜିଲ୍ଲାରେ ୮ ଓ ନବରଙ୍ଗପୁର ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।